Satya Prakash
Uncategorised

ଲେମ୍ବୁ ଦିବସ

ଲେମ୍ବୁ ରସ ଦିବସ
29 8 20
By ସତ୍ୟ ପ୍ରକାଶ ସେଠୀ
ଲେମ୍ବୁ ରସ ଅତି ଉପଯୋଗୀ ହୁଏ
ଅନେକ ରୋଗର ନିଦାନ ସାଜେ
ପ୍ରତ୍ୟେହ ଅନେକ ଖାଆନ୍ତି ତାହାକୁ
ଲେମ୍ବୁ ଲେମ୍ବୁ ବୋଲି ସର୍ବଦା ଭଜେ।।
ଲେମ୍ବୁ ଗଛ ପରା ଘରେ ଘରେ ଥାଏ
ଗୃହର ଶୋଭାଟି ବଢାଇ ଥାଏ
ବାଟର ବାଟୋଇ ଯାଉ ଯାଉ ଦେଖେ
ପତ୍ରର ବାସନା ଚହଟୁ ଥାଏ।।
ନାସିକାରେ ବାଷ୍ପ ଆଘ୍ରାଣ ମାତ୍ରକେ
ମନକୁ ମନ ଉଚ୍ଚାଟିତ ହୁଏ
ଲେମ୍ବୁର ବାସନା ଆହାଃ କି ମଧୁର
ଶରୀକୁ ଭାରି ଉପଯୋଗୀ ହୁଏ।।
ଲେମ୍ବୁ ସେବନରୁ ରୋଗୁ ମୁକ୍ତି ମିଳେ
ଭିଟାମିନ୍ ସି ଭରପୂର ଥାଏ
ପେଟ ଗୋଳମାଳ ଦୂରୀଭୂତ ହୁଏ
ମୁଣ୍ଡରୁ ବାଳ ଝଡ଼ା ବନ୍ଦ ହୁଏ।।
ତେବେ ଆସ ଶଖା ବନ୍ଧୁ ପରିଜନ
ସଭିଏଁ ପିଇବା ଲେମ୍ବୁ ସର୍ବତ
ଆଜି ପରା ଦିନେ ବାଡ଼ି ବଗିଚାରେ
ଚାରା ଗଛଟିଏ ସମସ୍ତେ ପୋତ।।

Related posts

ନାନୀ

satya

Watch “Happy children’s day” on YouTube

satya

ଶବ୍ଦ ଯୁଗଳ

satya

Leave a Comment

Login

X

Register