Satya Prakash
କବିତା

ସମୟର ଆର ପାରି samayar ara pari

ଇଚ୍ଛା ହୁଏ କାହିଁ ବେଳେ ବେଳେ ମୋର
ପଛକୁ ଯିବାକୁ ଫେରି
ଜୀଇବାକୁ ପୁଣି ଆଉ ଥରେ ସେଇ
ପିଛିଲା ଦିନକୁ ଭରି ।। 1
ବେଳେ ବେଳେ ଚାହେଁ ଶିଶୁଟେ ହେବାକୁ
ଖେଳିବାକୁ ନୁହଁ ମନ
ଦେଖିବାକୁ ପରା ମୋ ମା’ର ଓଠରେ
ଆମ ସେ ହସିଲା ଦିନ ।। 2
ବେଳେ ଭାବୁଥାଏ ଫେରିବାକୁ ଦିନେ
ସେଇ ସ୍କୁଲ୍ ପିଲା ହୋଇ
ପଢିବାକୁ ନୁହଁ ଭେଟିବାକୁ ସାଥୀ
ଭେଟୁନି ଯାହାଙ୍କୁ ମୁଇଁ ।। 3
ବେଳେ ଭାବେ ବସି ଫେରନ୍ତାନି ସେଇ
ବିବାହ ଉତ୍ସବ ବେଳ
ନୂଆ ସାଥୀ ନୁହଁ ମନ ଭରି ଭୋଗ
କରନ୍ତି ବିବାହ କାଳ ।। 4
ଆଉ ବେଳେ ପୁଣି ଛୁଆପିଲା ମୋର
ହୋଇ ଯାଆନ୍ତେକି ଟିକି
ତାଙ୍କ ସଙ୍ଗେ ପୁଣି ଖେଳନ୍ତି ଯେ ବସି
ଖେଳୁନି ଯାହା ସେମିତି ।। 5
ବେଳେ ଇଚ୍ଛା ହୁଏ ପ୍ରଥମ ଚାକିରୀ
ଦିନ ଆସନ୍ତା କି ଫେରି
ନୁହଁ ଅଳ୍ପ କାମ ବରଂ ସେ ପ୍ରଥମ
ଦରମାର ଖୁସି ଭାରି ।। 6
ବେଳେ ଚାହେଁ ମୁଇଁ ଫେରିବାକୁ ପୁଣି
ସମୟର ଆର ପାରି
ଯେଉଁଠି ନଥିବ ମୋର ଏଇ ସେଇ
ଗୋଟିକ ପାର୍ଥିବ ଶରୀ ।। 7
ନଥିବ ମୋହର ହୋଇ ଆଉ କିଛି
ମୋର ବୋଲି ଯାହା ଅଛି
ସମୟର ଏହି ଶୁଖିଲା ବାଲିରେ
ଯାଇଥିବ ସବୁ ଲୁଚି।। 8
ଚାଲି ଚାଲି ମୁଇଁ ଥକି ପଡ଼ିଲାଣି
ତଥାପି ସରୁନି ବାଟ
ଦେହ ହାତ ମୋର ଅବଶ ଲାଗୁଛି
ନିତି ହୁଏ ଛଟପଟ ।। 0

Related posts

ଚରମପତ୍ର

satya

ହଳଦୀ ବସନ୍ତ

satya

ପ୍ରତ୍ଯୁଦ୍ଗମନ kabita pratyudgaman

satya

Leave a Comment

Login

X

Register