Satya Prakash
କବିତା

ସେଦିନ ମୁଁ କହୁ ନଥିଲି ନା!

ସେଦିନ ତୁମକୁ ମୁଁ କହୁଥିଲି ନା
ଜୀବନଟା ନିରର୍ଥକ ବୋଲି
ତୁମେ କିନ୍ତୁ ଓଲଟା ପ୍ରଶ୍ନ ବାଢିଲ..
ସେମିତି କହିବନି ବୋଲି।।
ଠିକ୍ ଅଛି ମୁଁ ବି ଆଉ କହୁ ନାହିଁ
କିନ୍ତୁ ଦେଖୁନ କିଏ ଅଛି ଯେ
ସମସ୍ତେ ଆଜି ନିଜ ନିଜ କର୍ମରେ
ତୁମେ ଆଉ ମୁଁ ଏ ଘରଟାରେ।।
ରାତି ହେଲେ ଅନ୍ଧକାର ଘୋଟି ଆସେ
ଚାରିଆଡ଼େ ଖାଲି ଶୂନ୍ଶାନ୍
ଗୋଟେ ବିରାଟ ସନାଟା ଛାଇ ଯାଏ
କଣ କରିବା ନିଜେ କହୁନ?
ନଭକୁ ଚାହିଁ ଚାହିଁ ତାରା ଗଣିବା
ନା ପିଲାଙ୍କୁ ଝୁରି ପ୍ରାଣ ଦେବା
ଏମିତି ଜୀବନ ପାଲଟିବ ବୋଲି
କଣ କେହି କେବେ ଭାବିଥିଲା?
By ସତ୍ୟ ପ୍ରକାଶ ସେଠୀ

Related posts

ସେ କ’ଣ ମୋ ଅନ୍ତରଙ୍ଗ

satya

କ’ଣ ହେଲା କି ହୋ!

satya

ପୃଥିବୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ

satya

Leave a Comment

Login

X

Register