Satya Prakash
କବିତା

ହଂସାରୂଢ ଆହେ ବିଶ୍ୱକର୍ମା

ଅଦିତି ଗର୍ଭସ୍ଥ କଶ୍ୟପ ଔରସୁ

ହେଲ ପରା ତୁମେ ଜାତ

କଳା ଭାସ୍କର୍ଯ୍ଯ ଶିଳ୍ପରେ ନିପୁଣ

ତୁମେ ଅଟ କାରିଗର।। 1

କେତେ ଯେ ସହର କେତେ ଯେ ପ୍ରାସାଦ

ଦେବତାଙ୍କ ପାଇଁ ଗଢ

ସତ୍ୟ ଯୁଗେ ଗଢ ଦେବତାର ଲାଗି

ନିବାସ  ସ୍ଥଳଟି ସ୍ଵର୍ଗ।। 2

ତ୍ରେତା ଯୁଗେ ଗଢ଼ ରାବଣର ଲାଗି

ଭବ୍ଯ ଲଙ୍କା ସ୍ଵର୍ଣ୍ଣପୁରୀ

ଦ୍ଵାପର ଯୁଗରେ ଗଢିଲ ପୁଣି ଯେ

ଦ୍ୱାରିକା ରମ୍ୟ ନଗରୀ।। 3

ଶେଷେ ଜଗନ୍ନାଥ ସୁଦର୍ଶନ ଚକ୍ର

ବଳଭଦ୍ର ଓ ସୁଭଦ୍ରା

ପ୍ରତିକୃତି ଆଙ୍କି ସୁନ୍ଦର ସୁଠାମ

ଠାଣିର ଗଢିଲ କିବା।। 4

ଯେତେବେଳେ ସେତେ ଉନ୍ନତ ନଥିଲା

ଏ ଦେଶ ମାତୃକା ମାଟି

ସେତେବେଳେ ତୁମେ କେମିତି ରଚିଲ

ଏଡିକି ଭବ୍ଯ ନଗରୀ।। 5

ତୁମଠୁଁ ଶିକ୍ଷଣ ସ୍ଥାପତ୍ୟ ଭାସ୍କର୍ଯ୍ଯ

ଚାରୁ ଶିଳ୍ପ କଳା ଗୁଣ

ଆମେ ପରା ଆଜି ସଭ୍ୟ ଶିକ୍ଷିତ

ନବ୍ଯ ଯୁବ ଇଞ୍ଜିନିୟର।। 6

ଆହେ ବିଶ୍ୱକର୍ମା ହଂସେ ଅଧିରୂଢ

ସବୁ କ୍ଷେତ୍ରେ ପାରଙ୍ଗମ

ତୁମ ହସ୍ତେ ଥିଲେ ସ୍କେଲ୍ ପଟା ଅସ୍ତ୍ର

ସବୁ ଶିଳ୍ପୀ ପରାଜିତ।। 0

 

 

Related posts

କରିଦେ ଲାଘବ

satya

ବାଡ଼ି ଅଙ୍ଗୁର ଯେ ମିଠା

satya

ଭୋଟ ନିଶ୍ଚେ ଦେବା

satya

Leave a Comment

Login

X

Register