ଜୀବନର ଯେତେ ଚିରନ୍ତନ ସତ୍ୟ
ସବୁ ସେ ମର୍ମେ ଭେଦିଛି
ହେଲେ ଗୋଟେ ସତ୍ୟ ହେଲାନି ବୋଲି ତ
ଅସତ୍ୟ ମୁଁ ପାଲଟିଛି।।
କାହିଁକି ଜୀବନେ ମୋର ଯେ ଭରିଲ
ହତାଶେ ଚନ୍ଦ୍ର କାଳିମା
ପାରୁନି ତ ଉଠି ଚଟାଣେ ଲୋଟିଛି
ସଳଖି ହୁଏନି ଜମା।।
ତୁମଠୁଁ ଏମିତି ଜୀବନଟା କେବେ
ଚାହିଁଥିଲି ଭିକ୍ଷା ମୁଁ କି
ଦିଆଳିଆ ବୋଲି ଦେଇଛ କି ଟେକି
ମୁଫତରେ ସବୁ କିଛି?
ଜୀବେ ପରା ଦୟା ଦୟାର ପାଉଣା
ସବୁ ଦୁଃଖ ଅବସାଦ
କେମିତି ବା ଏତେ ପାରନ୍ତି ମୁଣ୍ଡାଇ
ସବୁତକ ଅପବାଦ?
ପାରୁନି ଯେ ଆଉ ଶରଣାପନ୍ନ ମୁଁ
ଯନ୍ତ୍ରଣା ମରଣ ଭ୍ରାନ୍ତି
ଥାଉନା ସେତିକି ଥକିପଡ଼ିଲାଣି
ଦେଇଦେ ଏବେଠୁଁ ମୁକ୍ତି।।
4 comments
one of the best and dynamic lines written by you….. appreciate your feelings
Thanks Mr Mahakud for ur kind gesture to the web portal and appreciation of poem
Jai Jagannath
One of the best poem Bhai, keep it up
Thanks bro, pl read related posts