Satya Prakash
କବିତା

International museum day

ମ୍ଯିଜିୟମ ଦିବସ
ସଂଗ୍ରହାଳୟର ଗୁରୁତ୍ଵ କେତେ ଯେ
ସହଜରେ ଅନୁମେୟ
ଯାବତ୍ ଜିନିଷ ଯହିଁ ସଂଗୃହିତ

ସେଇଟି ସଂଗ୍ରାହଳୟ।। 0
ପ୍ରାଗୈତିହାସିକ ପ୍ରସ୍ତର ଯୁଗଠୁଁ
ଏବର ସମାଜ ଯାଏଁ
କେତେ ପୁରାତନ ପ୍ରାଚୀନ ବିଶେଷ
ସବୁ ସେ ଗଛିତ ଥାଏ।। 1
ଐତିହାସିକ ଗବେଷକଙ୍କୁ ତ
ସେଠି ସେ ଖୋରାକ ମିଳେ
ସବୁ ଜିନିଷର ମୂଳ ଖୋଜି ଖୋଜି
ଗବେଷଣା ପଥେ ଚଳେ।। 2
ପ୍ରାଚୀନ ଜିନିଷ ହେବାକୁ ଦେବାନି
ନଷ୍ଟ ଆଉ କେଉଁ କାଳେ
ସଂଗ୍ରହାଳୟକୁ କରିବା ଯେ ଦାନ

ସଂଗୃହୀତ ହେବ ବଳେ।। 3

ପର ପିଢି ପାଇଁ ରହିବଟି ସବୁ
ସାକ୍ଷ୍ୟ ପ୍ରମାଣଟି ହୋଇ
ପିଛିଲା କଥାକୁ ଜାଣିବାକୁ ଯେଣୁ
ପ୍ରଯତ୍ନ କରୁଛି ସେଇ।। 4

18th May

Related posts

ଆନ୍ତର୍ଜାତିକ ଲେଭେଲ କ୍ରସିଂ ସଚେତନ ଦିବସ

satya

ନୁଆଁଣିଆ ଚାଳ

satya

ଅମ୍ବ ଆମ୍ବଡା

satya

Leave a Comment

Login

X

Register