Satya Prakash
Thoughts

ଏକପଦୀ ekapadi

1-ମାଟି ନୁହେଁ ସେ ତ ଏ ଦେଶ ମାଆଟି

ନାଆଁଟି ସିନା ତା ମାଟି

ଚଷା ଭାଇ ଆମ ଫଳାଏ ଯହିଁଟି

ଫଳ ପୁଷ୍ପ ପିଟି ବା’ଟି। ।

2-ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଉତ୍କଳ

ଦରିଦ୍ର ଭିକାରୀ କେବା

ମନେ ପଡ଼ୁନି କି ପୂରୁବ ଗୌରବ

ପୂରୁବ କୀରତି ଅବା ।।

3-ମାଆ ନୁହେଁ ସେ ତ ସାହା ଭରସାଟି

ଘଣ୍ଟ ଘୋଡାଇଣ ରଖେ

ମାଆ ନାହିଁ ଯା’ ର ସାହା ନାହିଁ ତା’ର

ଜୀବନ ନଈ କି ଶୁଖେ!।।

4-ମାଆର ମମତା ବନ୍ଧୁର ବନ୍ଧୁତା

ମିଳେନି ସବୁରି ଭାଗ୍ଯେ

ମିଳିଥିଲା ଯେବେ କଲେ ହାତଛଡ଼ା

କି ଅଛି ଏ ଭବିତବ୍ଯେ?

5-ଓଡ଼ିଶାର ଭାଷା ଓଡ଼ିଆର ପ୍ରୀତି

ଯଦି ନାହିଁ କାହା ମନେ

ବୃଥା କିଆଁ କର ଓଡ଼ିଆର ଗାନ

ମିଛ ବାହାସ୍ପୋଟ ପଣେ?

6-ଶିକ୍ଷା ସଂସ୍କୃତିର ନୋହିଲେ ବିକାଶ

ହଟିବନି ଅନ୍ଧକାର

ନାରୀ ଜାଗରଣ ନାରୀ ଜାଗୃତିଟି

ତହୁଁ ବଳି ଶ୍ରେୟସ୍କର।।

7-ସଚେତନତାକୁ ଜନ ଜାଗରଣେ

” ସଂସ୍କୃତି ଭାରତୀ ” ବ୍ୟସ୍ତ

ତହୁଁ ଭଲ ମନ୍ଦ ବିଚାରଟି ପରା

ଜନତାର ହସ୍ତେ ନ୍ୟସ୍ତ ।।

8-ପୁଣ୍ଯ କର୍ମ କରି ପୁଣ୍ଯ ବଳେ ସିନା

ଲଭେ କେହୁ ସ୍ଵର୍ଗ ସୁଖ

ମାଆର ମମତା ବନ୍ଧୁର ବନ୍ଧୁତା

ମିଳେନି ସବୁରି ଭାଗ୍ୟେ

9-କଥାଟିଏ କହୁ କଥା ଦିଅ ବନ୍ଧୁ

ଛାଡିବନି କେବେ ସାଥୀ

ସୁଖେ ଦୁଃଖେ ଅବା ବିପଦେ ଆପଦେ

ହୋଇବ ଟିକିଏ ସାକ୍ଷୀ।।

10-ଜୀବନଟା ମୋର ଅସାର ହେଲାଣି

ପାଉ ନାହିଁ କିଛି ତତ୍ତ୍ଵ

ବାକି ଜୀବନଟା ନିଷ୍ଫଳ ହେବକି

ଜଣା ନାହିଁ ବିଶେଷତ୍ଵ।।

11-ସାହିତ୍ୟ ସଭାଟି ସବୁଠୁଁ କି ବଡ଼

ଅତିଥୀ ହୋଇଣ ଆଗେ

ବସିଗଲେ ଧନ୍ଯ ହୋଇବ ଜୀବନ

ତେଣିକି ସାଧନା ବାଗେ।।

12-କେମିତି ରହିବ ମୋ ଦେଶ ମାଆଟି

ପାରୁନି ମୁଁ କିଛି ଭାବି

ଯେଉଁ ଆଡ଼େ ଚାହଁ ସେଇ ଆଡ଼େ ଠଗ

ଠଗ ଦଳିଆ କି ହେବି?

13-ଶିକ୍ଷା ଓ ସାଧନା ଏକ ଆରକର

ଅଟଇ ଯେ ପରିପୂରକ

ଏକର ପ୍ରକାଶ ଆନର ବିକାଶ

ତହୁଁ ସେ ଅନୁରୂପକ।।

14-ସଚେତନତାକୁ ଜନ ଜାଗରଣେ

ଆମ ସମ୍ମିଳନୀ ବ୍ୟସ୍ତ

ତହୁଁ ଭଲ ମନ୍ଦ ବିଚାରଟି ପରା

ଜନତାର ହସ୍ତେ ନ୍ୟସ୍ତ ।।

15-ମୁଁ ମୁଁ ‘ର ରାଜୁତି ଚାଲଇ ଯେଉଁଠି

ସେଠି ନାହିଁ କାହିଁ ଆଉ

ତୁମେ ଆମେ ସବୁ ଅଛି ଖାଲି ପରା

ସେହି ସେ ସ୍ୱାର୍ଥର ଭାଉ।।

16-ଚଷା ଭାଇ ଆମ ଫଳାଏ କ୍ଷେତରେ

ହସିଲା ଫସଲ କେତେ

ଯାହା ଲାଗି ଆମ ହୃଦେ ପରା ନାହିଁ

ଆହା ପଦୁଟିଏ ସେତେ। ।

1 7-ଦୁନିଆଟା ଭାଇ ଅଜବ ହେଲାଣି

କିଏ କେଉଁ ମତେ ଥାଏ

ମଣିଷକୁ ଚିହ୍ନି ମଣିଷ ନପାରେ

ସବୁ କି ବିଚିତ୍ର ହୁଏ ।।

18.କୃଷି କୃଷକର ନହେଲେ ଉନ୍ନତି
ଆହାର ଯୋଗାଏ ଯିଏ
ଦେଶର ବିକାଶ ଜାତିର ପ୍ରଗତି
ସମ୍ଭବ ହେବା କି ସିଏ?
Happy farmer’s day23/12/2018

19.ମିଶାଣ ଫେଡାଣ ହରଣ ଗୁଣନ
ଜୀବନ ଗଣିତ ଭଲ
ହୋଇଗଲେ ଟିକେ ବ୍ୟତିକ୍ରମ ଅବା
ହୋଇଯିବ ସବୁ ଭୂଲ।
Happy Mathematics day22/12/2018

20-ଯେତେ ମଜଭୁତ ଥାଉନା କାହିଁକି

ସମ୍ପର୍କର ଲମ୍ବ ଡୋର

ପଇସା ଗଣ୍ଡାକ ବଢାଇ ଦେଖ ହେ

ସମ୍ପର୍କ କତି ନା ଦୂର।।

21-ଭଲ ମଣିଷ କି ଖରାପ ମଣିଷ

ବୁଝାଟି ଅବୁଝା ପଡ଼େ

କିନ୍ତୁ ନେଣ ଦେଣ କଲେ କାରବାର

ଭଲ ମନ୍ଦ ବୁଝା ପଡ଼େ। ।

22-ଜ୍ଞାନ ବାଣୀ
————
1-ଆପଣ କାହା ସହ ସମ୍ପର୍କ ଯୋଡ଼ିବାକୁ ଚାହୁଁଛନ୍ତି କି?
ଉ – କିଛି ଆଶା ନ ରଖି କିଛି ଟଙ୍କା ସାହାଯ୍ୟ ଦିଅନ୍ତୁ।
2-ଆପଣ କାହା ସହ ସମ୍ପର୍କ ଖରାପ କରିବାକୁ ଚାହିଁଛନ୍ତି କି?
ଉ – କିଛି ଟଙ୍କା ଧାର ବା କରଜ ଦିଅନ୍ତୁ। ଆପେ ସମ୍ପର୍କ ତୁଟି ଯିବ।
3-ଆପଣ ଜଣେ ଜ୍ଞାନୀ ଓ ବିଦ୍ଵାନ ବ୍ୟକ୍ତି ହେବାକୁ ଚାହିଁଛନ୍ତି କି?
ଉ – ସାଧାରଣ ଲୋକଙ୍କ ସହିତ ମିଶନ୍ତୁ, ସେମାନଙ୍କ ଜୀବନର ସକଳ ଅନୁଭୂତି ଓ ଅନୁଭବକୁ ନିଜ ଟିପା ଖାତା ଖୋଲି ସବୁ ସାଇତି ରଖନ୍ତୁ।
—-By ସତ୍ୟ ପ୍ରକାଶ ସେଠୀ

23ପାକିସ୍ଥାନ ଆଜି ଏକ ଘରକିଆ
ଠିକଣା ପାଉନି ଖୋଜି
ଆତଙ୍କବାଦୀ ଯେ ମୂଳପୋଛ ହେବେ

ବୁଦ୍ଧି ଯିବ ନିଶ୍ଚେ ହଜି।

24 ହଁ ଭଲ ପାଇବା ଭଲ ପାଇବାଟା
ଏମିତି କେମିତି ହୁଏ
ଯେଉଁଥିରେ ହଜି ଖୋଜିବାକୁ ହୁଏ
ଖୋଜିଲାଠୁଁ ହଜି ଯାଏ।

25ଉଇଂ କମାଣ୍ଡର ହେ ଅଭିନନ୍ଦନ
ତୁମକୁ ଅଭିନନ୍ଦନ
ଏ ଦେଶକୁ ମିଳୁ ସଦା ସର୍ବଦା ଯେ
ତୁମ ଭଳି ସୁସନ୍ତାନ

26ଦେଶର ପ୍ରଗତି ଜାତିର ପୀରତି ଯିଏ ସଦା ଚିନ୍ତୁଥାଏ
ଜାତୀୟତାବାଦୀ ନେତା ଅଟେ ସିଏ
ଏ କଥାଟି ଜଣା ଯାଏ।।
ନିଜ ସ୍ୱାର୍ଥ କଥା ଚିନ୍ତି ଥାଏ ଯିଏ
ଜାତି କଥା ଭୂଲି ଥାଏ
ତାକୁ ଦେଶଦ୍ରୋହୀ କହିବାରୁ ଆମେ
ଭୂଲ କେଉଁଠି ଯେ ହୁଏ।।

27ଦେଶରେ ଏକତା ବିଶ୍ୱରେ ମାନ୍ୟତା
ଶୁଭ ସଂକେତଟି ମିଳେ
ଆମେ ଭାରତୀୟ ଅଟେ ପରିଚୟ
ଗର୍ବେ କହେ ଉଚ୍ଚ ସ୍ଵରେ।।
By ସତ୍ୟ ପ୍ରକାଶ ସେଠୀ

28ଜାତି ଜାତୀୟତା ନଥିଲେ ହୃଦୟେ
ସେ କି ମାନବରେ ଗଣା
ମାନବରେ ପୁଣି ମାନବତା ଗୁଣ
ନଥିଲେ ହୁଏ ସେ ବଣା।।
By ସତ୍ୟ ପ୍ରକାଶ ସେଠୀ

29ଶତୃ ଗର୍ବୋନ୍ମତ୍ତ ଦାମ୍ଭିକ ପୌରୁଷ
ଭୂଶାୟିତ ହେଲା ଆଜି
ଦେଖି ତୁମ ଶୌର୍ଯ୍ୟ ବୀର୍ଯ୍ୟ ଧୈର୍ଯ୍ୟ ଶକ୍ତି
ରଖିଗଲ ଯେଣୁ କୀର୍ତ୍ତି

30ଚୋରଙ୍କ ସର୍ଦ୍ଦାର ମୁହଁ ଭୂରି ମାରେ
ନଳୀ ଗଲାଣି ଯେ ଶୁଖି
ବାହାପିଆଙ୍କର ଅଖା ବିରି ନାହିଁ
ଛପର ଗଲାଣି ଉଡ଼ି।।

31ଭାଉଜଙ୍କ ରନ୍ଧା ତିଅଣ ସୁନ୍ଦର
ଚାଖିବାକୁ ମନ ଭାରି
ଦେଖିବା ରାନ୍ଧିବେ ଭାଉଜ ଆମର
କେମିତିକା ତରକାରୀ।।
2 ଭାଉଜଙ୍କ ହାତ ରାନ୍ଧଣା ଦେଖିଲେ
ପାଟିରୁ ବୋହିବ ଲାଳ
ଖାଇ ଦେଲା କ୍ଷଣି ଝାଲ ତରକାରୀ
ଦେହରୁ ବୋହିବ ଝାଲ।।
3 ଖାଦ୍ୟ ପାଇଁ ବଣା ଖାଦ୍ୟ ପାଇଁ ପାଲା
ପେଟ ଚିନ୍ତା ଅନୁକୋଟି
ପେଟରେ ପଡ଼ିଲେ ଖାଦ୍ୟ କଣିକାଟି
ଆତ୍ମା ଶାନ୍ତି ଲଭିବଟି।।

321 ପ୍ରତିଭା ପୂଜନ ପ୍ରତିଭା ସମ୍ମାନ
ଭାରତୀୟ ପରମ୍ପରା
ସେଇ ପ୍ରତିଭାଙ୍କ ଆଦର ସକାଶେ
ଆମ କାର୍ଯ୍ୟକ୍ରମ ପରା।।
2 ଆସୁଛିରେ ଭାଇ ପ୍ରତିଭା ପ୍ରୋଗ୍ରାମ୍
ଚହଳ ପଡ଼ିଛି ଆଜି
କେଉଁ ପ୍ରହରରୁ ବାସି କାମ ସାରି
ଟିଭି ଖୋଲି ମୁଁ ବଇଛି।।
3 କିଏ ସେ ପ୍ରତିଭା କଣ ଗୁଣ କର୍ମ
ଦେଖିବାରେ ନେତ୍ର ଆଜି
ଦେଖି ଦେଲା କ୍ଷଣି ଭାବି ଯାଏ କେତେ
ଭାବନା ରାଜ୍ୟରେ ହଜି ।।
Captioned by ସତ୍ୟ ପ୍ରକାଶ

3 3 ପଖାଳ ସାଙ୍ଗକୁ ଶୁଖୁଆ ପୋଡ଼ାର

ସୁଆଦିଆ ତରକାରୀ

ଭାରି ମନେ ପଡ଼ ବିଦେଶରେ ଆଜି

ଖାଇବି ପଖାଳ ବାଢି ।।

34ଚଷା ଭାଇ ଆମ ଫଳାଏ କ୍ଷେତରେ.

ସବୁଜ ଫସଲ କେତେ

ଥକି ନାହିଁ କେବେ ଥକିବ ନାହିଁଟି

ପରିଶ୍ରମୀ ଲୋକ ଯେତେ ।।

35 ଅକ୍ଷୟ ତୃତୀୟା ଅଖି ମୁଠି ଧରି

ଲଙ୍ଗଳ କଣ୍ଟି ଯେ ଧରେ

ଫଳିଥାଏ କେତେ ସୁନାର ଫସଲ

ହିସାବ ନରଖି ପାରେ  ।।

36 କୃଷକ ଦିବସେ ଚଷା ଭାଇ ଆମ

ହୋଇନି ସେତେଟା ସଭ୍ଯ

ତଥାପି ତା’ ଲାଗି ଏହି ସମାରୋହ

ସମ୍ମାନର ଯିଏ ଯୋଗ୍ୟ।।

37.ଜୀବନ ତମାମ ଭେଟିଲି କେତେ ଯେ
ଅର୍ଦ୍ଧ ପାଗଳଙ୍କୁ ଭାଇ
ସବୁ ପାଗଳଙ୍କୁ ଭଲ କଲା ପରେ
ମୁଁ ଯେ ତାଙ୍କ ପାଇଁ ବାଇ।।
38.ଅଙ୍ଗୁର ଶର୍କରା ଜାତୀୟ ଫଳ ଯେ
ଗୁଣ ଧର୍ମ ତା’ର ମିଠା
ଦୁର୍ନାମ ଗାଇବା ଲୋକଙ୍କୁ ସେ ପିତା
ତେଣୁ ସେ କହିବେ ସିଠା।।

39  ଆଜି ସ୍ୱାର୍ଥ ଶିଖା ପ୍ରଜ୍ଜ୍ଵଳିତ ହୁଏ
ସ୍ଵାର୍ଥର ବଡ଼ିମା ପାଇଁ
ସ୍ନେହ ମମତାଟି କେଣେ ତ ଯାଉଛି
ଦୁଷ୍ପ୍ରାପ୍ୟ ପରାଏ ହୋଇ।।

Related posts

ଅନ୍ତରୀଣ ଭାବସତ୍ତା thoughts2

satya

ଚିନ୍ତା ଚେତନା ଓ ଦ୍ଯୋତନା thoughts-1

satya

ଅନୁଚିନ୍ତା

satya

Leave a Comment

Login

X

Register