Satya Prakash
ଗଳ୍ପ

ନିଶା 2

1ମ ପକ୍ଷ_ ପ୍ରେମ ପାଗଳ, ପ୍ରେମ ଦିୱାନ, ପ୍ରେମ ବିନା ଜୀବନଟା ଲାଗେ ସୋନା ସୋନା ।ନିଶା ଆଜ୍ଞା! ସବୁଠିଁ ସେଇ ନିଶାର ପ୍ରଭାବ।ଓଃ କି ପ୍ରାଦୂର୍ଭାବ?
୨ୟ ପକ୍ଷ-କ’ଣ ହେଲା କି ଲୋ! ନିଶା ଉପରେ ତ ବଡ଼ ବକ୍ତୃତା ଝାଡୁଛୁ।।
-ଦେଖୁନାହୁ ଏ ପ୍ରେମ ଦିୱାନ ମାନଙ୍କୁ ! ଚାରିଆଡ଼େ ଖାଲି ନିଶା ।ପାଠ ନିଶା, ପ୍ରେମ ନିଶା ଆଉ ପୁଣି ମଦ ନିଶା ।
-ସତ କଥା। ହେଲେ ଯାହାକୁ ଯିଏ ରସିଲା, ତାକୁ କିଆ ଫୁଲ ପରି ବାସିଲା।ତୋ ମୁଣ୍ଡ କାହିଁକି ବିନ୍ଧୁଛି?
-ହାଇରେ କପାଳ! କଣ କରିବି ଲୋ ମିତ ମୋ ଭାଗ୍ୟରେ ଭଲା ଗୋଟେ ଜୁଟିଥାନ୍ତା ।ଏ ପ୍ରେମ ବିନା ଜୀବନଟା ବଡ଼ ନିରସିଆ ହୋଇ ଗଲା ଲୋ ମଣି
-ହେଲେ ତୋ ଲଗି ମୁଁ ପରା ଅଛି, ତୁ କାହିଁକି କରୁଛୁ ଏଣେତେଣେ ଆଉ ମନ?
-ହଁ ଗୋ ରାଧେ..

-ହେଲା ଯେ! ହେଲେ ସବୁଥିରେ ଅତିଟା ଇତି କି ନୂହେଁ କହିଲୁ। ଆମେ ପରା ପାଠସାଠ ଦି ଅକ୍ଷର ପଢିଛେ, ପୁଣି ପାଠ ପଢ ବା ପ୍ରେମ କର, ସବୁଥିରେ ଗୋଟେ ସୀମା ଅଛି କି ନାହିଁ ?
-ଯାହା କହିଲୁ… ସତ କହିଲୁ.. ହେଲେ ଚାଇନାରେ ପରା ଗୋଟେ ପ୍ରବାଦ ଅଛି – “ନି ତୋ ନଗୋ” ମାନେ ତୁମକୁ ମୁଁ ମାରେ। କିନ୍ତୁ “ନଗୋ ତୋ ନି “ମାନେ ତୁମେ ମୋତେ ମାର। ଅର୍ଥାତ୍ ଓଲଟି ଗଲେ ଶବ୍ଦର ଅର୍ଥ ବଦଳି ଯାଏ। ସେଇ ପରି ଆଜ୍ଞା! ଆମେ ସୌକରେ ମଦ ପିଅନ୍ତି, କିନ୍ତୁ କିଛି ଦିନ ପରେ ମଦ ଯେତେବେଳେ ଆମକୁ ଖାଏ, ଆମେ ତାର ଗୋଲାମ୍ ହୋଇଯାଉ।ତେଣୁ ଏଇ ଅଭ୍ୟାସ ବା ନିଶାଟା ବଡ଼ ଖରାପ ଲୋ ଝିଲି ।
_ସତ ଲୋ, ଦେଖୁନୁ! ଏଇ ଟୋକାଟାକୁ କେମିତି ପାଠ ନିଶା ଝାଙ୍କୁଛି, ରାସ୍ତାରେ ଯାଉ ଯାଉ ପଢୁଛି।
-ହେଇ! ହେଇ! ‘! ଅନାନି ଗାଡିଟା ତାକୁ ଢୋ କିନା କୁଟି ଦେଲା ନା କ’ଣ? ଟୋକାଟା ତ ତଳେ ପଡି ଗଲାଣି।
-ହଁ ହଁ ସତ କଥା ତ
_ହେଲେ ତୁମେ ରାସ୍ତାରେ ଯାଉ ଯାଉ କାହିଁକି ପଢୁଛ? ଗାଡି ମୋଟର କଥା, ଟିକେ ସାବଧାନ ରହିବା କଥା କି ନୂହେଁ….?
-କ’ଣ କରିବେ.. ଏମାନଙ୍କୁ ପରା ପଢ଼ା ନିଶାଟା ଭାରି ।ସେ ଘରେ ହେଉ କି ପାଇଖାନାରେ, ହାତରେ ଏମାନଙ୍କର ବହି ଓ ଆଖି ଦିଟା ତା ଉପରେ ନ ଥିଲେ ସତେ ଯେମିତି ପାଠଟା ହେବ ନାହିଁ ।
-ସେୟା କହୁନୁ! ସେଇଥିପାଇଁ ପରା ଏମାନଙ୍କର ଏ ଦୁର୍ଦ୍ଦଶା। ହେଲେ ସତର୍କତା ଅବଲମ୍ବନ କରିବା କଥା କି ନୂହେଁ? ଇଲାଗେ କ’ ଣ ହୋଇଥାନ୍ତା? ତା ଛଡ଼ା ସବୁଥିରେ ଗୋଟେ ସୀମା ଅଛି, ଏ ନିଶା କ’ଣ କି ହୋ! ସବୁ କରନ୍ତୁ ଆଜ୍ଞା! ହେଲେ ଏ ନିଶାରେ ବଶବର୍ତ୍ତୀ ହୁଅନ୍ତୁ ନାହିଁ, ନୋହିଲେ ହଇରାଣ ହରକତ ହେବାଟା ଶିରୋଧାର୍ଯ୍ୟ।
-ସତ କହିଲୁ ! ସେ ପାଠ ନିଶା ହେଉ ବା ଅଫିମ ନିଶା… ନିଶାଟା ନିଶା ନା….

-ହଉ ଚାଲ! ଆମେ ଏଥର ଆଗକୁ ଯିବା ।
– ହଁ ଚାଲ!
-(ଆଗକୁ ଆଗେଇଲେ)ହେ ଝିଲ୍ଲି ଦେଖିଲୁ! ସେ ଟୋକାଟା କ’ଣ ପଛରୁ ଏକା ଲୟରେ ତୋତେ ଚାହୁଁଛି।
-ହଁ ମ ଅନାଉ। ତା ମନ ଭରି ଗଲେ ବଳେ ସେ ସଳଖି ଯିବନି।
-ନାଁ ଲୋ! ତୋତେ ଖାଲି ଦେଖୁଛି ।ଏଇ ଲାଗେ ଗିଳି ପକାଇବ।। – ହୁଁ ମୋତେ କାହିଁକି ଦେଖିବମ! ତୋତେ ଦେଖୁଥିବ। ତୁ ସୁନ୍ଦରୀ ହୋ ତ…
-ନାଁ ଲୋ ଖାଲି ସେ ଅନାଉ ନାହିଁ ତ, ତୋତେ ବୋଧେ ଫଶୁଛି ।ତୁ ହସି ଦେଉନି ଦେଖିବୁ! ତୋତେ ନିଶ୍ଚୟ ସେ ଆଖି ମାରି ଦେବ ନହେଲେ କହିବ I love you my darling.
-ଆଲୋ ସତେ ଲୋ! କଣ ଏଡେ ଜୋହର୍ ଆଖି ମାରିଲାଣି?
-ଯା ‘ ମଲୁ ଏଥର, ସେ ତ ଏଣିକି ତୋ ଆଗ ପଛ ଖାଲି ଛେକିବ।
-ହୁଁ ତୋର ତ ଯେଉଁ କଥା ନା, ଖାଲି ସବୁ ବେଳେ ମଜାକ୍।

– (କିଛି ବାଟ ପରେ ) ଆଲୋ! ସେଠି ରାସ୍ତା କଡରେ ଗୋଟେ ଲୋକ ପଡ଼ିଛି ନା କ’ଣ?
-ହଁ ହଁ.. ସାପ ମୋଡ଼ି ହେଲା ପରି ତ ଖାଲି ମୋଡ଼ି ମୋଡ଼ି ହେଉଛି। ୟାକୁ କ’ଣ ରୋଗ ହୋଇଛି ନା ଖରାରେ ଝାଇଁ ମରା ହୋଇ ପଡ଼ିଛି ବା ?
– ନାହିଁମ ! ଏଇଟା ମଦୁଆଟେ ।ଇସ୍ କି ଗନ୍ଧ। ସୁଦ ଦେଶୀ ମହୁଲି ଗୁଡାକ କୋଉଠୁ ପିଇଛି ବୋଧେ ।
-(audience କୁ ଦେଖେଇ) ଶସ୍ତା ପାଇଲେ ପରା ଏମାନେ ଆଲକତରା ପର୍ଯ୍ୟନ୍ତ ଗିଳି ପକାଇବେ। କି ହୋ ଭାଇ! ନିଶା ତ ପିଇଲ, ତା ବୋଲି ଆକଣ୍ଠ ଯାଏଁ କ’ ଣ କି ହୋ! କ’ଣ ନିଜକୁ ଫୁର୍ତ୍ତିଲା ରଖିବା ପାଇଁ ନା ଅଧିକ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବା ପାଇଁ?
– ସେ କଥା ଯାହା ହେଉ .. ହେଲେ ମୋର କହିବାର କଥା ହେଉଛି ଆଗ ପିଇବ କାହିଁକିନା ? କ’ଣ ମଦ ପାଣି ମୁନ୍ଦେ ପଡିଗଲେ ତୁମକୁ ତ୍ରିଭୁବନଟା ଯାକ ଏକା ବେଳକେ ଦିଶି ଯାଏ ନା ନା କ’ଣ? ବାସ୍ତବରେ ନିଶା ପାଣି ପିଉଥିବା ଲୋକ ଗୁଡ଼ାକ ବୁଦ୍ଧି ବିବେକହୀନ। ତେଣିକି ସେଠି ବଳ, ଶକ୍ତି ଓ ଫୁର୍ତ୍ତିଲା କଥା ଆଉ ଉଠୁଛି କୁଆଡୁ? ସେଗୁଡାକ ଖାଲି ଢମଙ୍କର ଢମପଣ ।
-ଆଲୋ! ଇଏ ସେଇ ଲୋକ ନା, ଯିଏ ଆମକୁ ତସି ନେଇ ଆଗେ ଆଗେ ଆସୁଥିଲା? ୟା ଆଗରେ ଆଉ ଗୋଟେ ସୁନ୍ଦରୀ ଝିଅ ଯାଉଥିଲା। ଦୁହେଁ ହାତ ଧରାଧରି ହୋଇ ଆଗକୁ ଝପଟି ଯାଉଥିଲେ।
-ହଁ ଲୋ! ଇଏ ମହାତ୍ମା ସେଇ ପ୍ରେମୀ ଯୁଗଳରୁ ଫାଳେ। ୟାଙ୍କ ପ୍ରେମରେ ନିଶ୍ଚିତ twist ଆସିଥିବ, ନହେଲେ ଦିନ ବେଳା ମଦ ଗୁଡାକ କାହିଁକି ପିଇବ। ଯେତେ ଯାହା କହିଲେ ଆଜ୍ଞା ଏମାନେ ସୁଧୁରିବେ ନାହିଁ।ବରଂ ଜୀବନଟାକୁ ଏଇମିତି ବାଜି ଲଗାଇ ଦେବେ।
-ହେ ଛାଡ଼ ଏମାନଙ୍କ କଥା, ହେଲେ ତୁ ଗୋଟେ ଯୋଡ଼ିଦାର ଏଣିକି ଧର, ଦେଖିବୁ ଜୀବନର ଅସଲ ମଜ୍ଜା ଆସିଯିବ। ତୁ ବି ଏମିତି ଘିରିଘିରି ହୋଇ ବୁଲିବୁ ।
ଯାଉନୁ! ମୋର କିଛି କାମ ନାହିଁ, ମୁଁ ଖାଲି ଏମାନଙ୍କ ପରି ହୋଇଛି।
–ଆଲୋ ମୋତେ ପ୍ରେମ କରିବା କଥା କହୁଛୁ, ହେଲେ ତୁ କାହାକୁ ପ୍ରେମ କରୁଛୁ କାହିଁ ସେ କଥା କହୁନୁ ତ
-ହଁ ଲୋ! ମୁଁ ପ୍ରେମ ନ କଲେ କ’ଣ ହେବ, ହେଲେ ଟିକି ପଛରେ ଗୋଟେ ଟୋକା ପଡିଛି। କ୍ଲାସ୍ ଗଲେ ସବୁବେଳେ ତାକୁ ଅନିସା କରି ତ ରହୁଛି। ପୁଣି ସକାଳେ ସନ୍ଧ୍ୟାରେ ହଷ୍ଟେଲ୍ ଆଗରେ ଆଣ୍ଠାଉଛି। ନିଇତି କ୍ୟାଣ୍ଟିନ୍ ରେ ତାଙ୍କର ପରା ଖିଆପିଆ ଓ ପ୍ରେମ ଦିଆ ନିଆ । ପୁଣି ସୁବିଧା ପାଇଲେ ପାର୍କ ଠାରୁ ସିନେମା ହଲ୍, କୋଉଟା ବାକି ରହେ କି? ଓଃ କି ଉଚ୍ଛନିଆ ପ୍ରେମ….
-ହଁ ଲୋ! ଯେଉଁଠି ଦେଖିବ ଆଜି କାଲି ଖାଲି ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି। ଏଇ ଦେଖୁନୁ! ଆମ ହଷ୍ଟେଲ୍ ଆଗ ସତୀ ଚଉଁରା ମୂଳେ କେଡେ ବଡ଼ ଯୁଗଳ ମୂରତି।
-ହାଏ ହାଏ… କି ଦେଖିଲା ଆଜ ମୋ ନେତ୍ର!
-ୟାଙ୍କୁ ଦେଖି ମୋର ବି ଇଚ୍ଛା ହେଉଛି, ଟିକେ ପ୍ରେମ କରିବାକୁ, ହେଲେ ତୁ ତ ମୋ ସହ ସବୁବେଳେ ଚିପକି ରହୁଛୁ। ଗହଳି ଦେଖି କୋଉ ଟୋକା ମୋତେ ଲାଇନ୍ ମରିବ ଯେ!
-ଭଲ ହୋଇଛି, ତୋତେ କେହି ଲାଇନ୍ ନ ମାରନ୍ତୁ। କାହିଁକିନା, ତୁ ପରା ମୋ ରାଧା ଓ ମୁଁ ତୋ କୃଷ୍ଣ(ଠୋ ଠୋ ହୋଇ ହସି ଉଠିଲେ ଉଭୟ)
-ଆଲୋ ଲେସବିୟାନ ସେକ୍ସ କରି ଆମେ କ’ଣ ବିବାଦିତ ହେବା ନା କ’ଣ?
-ବିବାଦ କ’ଣମ! ପୁଣି ତ ଦୌଡ଼ ରାଣୀ ଦ୍ଵିତୀ ଚାନ୍ଦ ଏୟା ହିଁ କରିଛି, ତାକୁ ତ କାହିଁ କେହି କିଛି କହୁ ନାହାନ୍ତି। ଆମେ ଦୁଇ ଜଣ best friend. ତେଣୁ ଜୀବନ ସାରା ଉଭୟ ସାଥୀ ହୋଇ ରହିବା ବରଂ ଭଲ। ହେଲେ ଏ ବାଣୀ ବିହାରର ପ୍ରେମ brigadier ମାନଙ୍କୁ ପ୍ରେମ କଲେ ଜୀବନଟା ହତାଶା ପାଲଟିବା ନିଶ୍ଚତ ।
-ସତ କଥା ଲୋ! ଏମାନେ ପରା ଏକା ବେଲକେ ପାଞ୍ଚ ଦଶ ଜଣଙ୍କୁ ପ୍ରେମ କରି ବସିବେ, ତେଣୁ ସେମାନଙ୍କ ପ୍ରେମରେ ବାୟା ନ ହୋଇ ବରଂ ଆମେ ଏମିତି ରହିବା ଭଲ।
-ବଲେ ବଲେ….. ଆଲୋ ତୁ ଯୋଉ କଥାଟି ପାଇଁ ହାଇଁପାଇଁ ଆମେ ସେ କଥାଟି ଜାଣି
-ତୋର ମୋର ଯୋଡି, ଆଗକୁ ଜମିବ ଭାରି ..
– ଚାଲ ଯିବା ଗୋରୀ , ଆଗକୁ ଯିବା ମାଡ଼ି
-ଚାଲ ଯିବା ବଣୀ, ଅକାଶରେ ଯିବା ଉଡ଼ି
-OK bat
-done
-(ବାଜି ଉଠିଲା “ଫୁର୍ କିନା ଉଡିଗଲା ବଣୀ “ଗୀତଟିଏ, ନାଚି ଉଠିଲେ ସମସ୍ତେ)
-(ଗୀତ ପରେ ସମସ୍ତେ ଏକାବେଳକେ ଗାଇ ଉଠିଲେ ) ପାଠ ନିଶା ହେଉ ବା ମଦ ନିଶା ଅଥବା ପ୍ରେମ ନିଶା ସବୁ ନିଶା, ନିଶା ତ.. ଆପଣମାନେ ଖୁସି ତ…
By ସତ୍ୟ ପ୍ରକାଶ ସେଠୀ

Related posts

ନୀଳିମା

satya

ସାହିତ୍ୟିକ ଧୀର ବାବୁ ଏକ ଆକଳନ

satya

ଆମ ଗାଁ ମଶାଣି ପଦର

satya

Leave a Comment

Login

X

Register