ଶ୍ରଦ୍ଧା
ମୋ ପୁଅ – କୁମାର ଅନିବେଶ – ମୋର ଭାରି ପ୍ରିୟ। ଗେହ୍ଲାବସରର ନାଁଟି ତା’ର କୁନୁ, ତେଣୁ ସମସ୍ତେ ଡାକନ୍ତି ତାକୁ କୁନୁ। ମୁଁ କିନ୍ତୁ ଡାକେ ଧନ। ଭାରି ସରଳ ନିଷ୍କପଟ ପିଲାଟିଏ, ତେଣୁ କାହାକୁ କିଛି କହେ ନାହିଁ। କିନ୍ତୁ କେବେକେବେ ଯଦି ରାଗି ଯାଏ, ତେବେ ଏକାବେଳକେ ରାଗ ପଞ୍ଚମ। ଈଶ୍ୱର କରନ୍ତୁ ସେ ଏକ ନିର୍ଭୟ ଓ ସୁଦୀର୍ଘ ଜୀବନ ଜୀଉ। ତାହାରି କର ସ୍ପର୍ଶରେ ମୋର ପୁସ୍ତକ “ଧ୍ୱନି ପ୍ରତିଧ୍ୱନି”।
– ବାପା
(ସତ୍ୟ ପ୍ରକାଶ ସେଠୀ)
ଅହି – ନକୁଳ
ଅହି ବିଷଧର ଦଂଶନ ଆକାଙ୍ଖି
ଚୋଟ ମାରିବାଟି ସାର
ନକୁଳ ହିତୈଷୀ ଅମୃତ ସନ୍ଧାନୀ
ଜୀବନ ଦେବଟି ବର।।
ଅହି ନକୁଳର ସମ୍ପର୍କ ବିଚିତ୍ର
ଜଣେ ଆରକର ଶତୃ
ଦୁଷ୍ଟ ସଙ୍ଗେ ଶିଷ୍ଟ ମିତ୍ର ଅସମ୍ଭବ
ହୋଇ ପାରିବେନି ଭାତୃ।।
ଗଜ – ମକର
ହାତୀ ଶକ୍ତିଶାଳୀ ଜଙ୍ଗଲରେ ରହେ
ବନସ୍ତ ତା ଚରାଭୂଇଁ
ମକର ପାଣିରେ ଘର କରି ରହେ
ଜଳ ତା’ର କ୍ରୀଡାଭୂଇଁ।।
ନିଜ ନିଜ କ୍ଷେତ୍ରେ ଦୁହେଁ ବଳଶାଳୀ
ଅନ୍ୟକୁ କରନ୍ତି କାବୁ
ବିଦେଶ ମାଟିରେ ସବୁ ପରାହତ
ଯେତେ ଯିଏ ପଛେ ରାବୁ।।
କୁକୁର – ଛେଳି
କୁକୁର ଅହଂନ୍ତା ଲୋକ ଗୁଡ଼ା ଖାଲି
ଇର୍ଷାରେ ଯାଆନ୍ତି ଜଳି
ଦଳେ କୁକୁରଙ୍କୁ ଏକାଠି ରଖିଲେ
ରକ୍ତରେ ହୁଅନ୍ତି ବୋଳି।।
ଛେଳି ବରଂ ଭଲ ଗୋଷ୍ଠୀବଦ୍ଧ ହୋଇ
ରହିବାକୁ ଭଲ ପାଏ
ସାଧାରଣ ଲୋକେ ଏ କଥା ବୁଝନ୍ତି
ମେଳିରେ ରହନ୍ତି ସିଏ।।
ଜୀବ ଓ ନିର୍ଜୀବ
–By ସତ୍ୟ ପ୍ରକାଶ ସେଠୀ
ନିର୍ଜୀବ ବସ୍ତୁଟି ନିଶ୍ଚଳ ଜଡଟି
ଚଳତି ଶକ୍ତି ହୀନ
ସଜୀବ ବସ୍ତୁଟି କ୍ରିୟାଯୁକ୍ତ କ୍ରମ
ଚଳନ୍ତି ପ୍ରତିମାମାନ।।
ପଶୁ ପକ୍ଷୀଠାରୁ ବୃକ୍ଷାଦି ମଣିଷ
ସ୍ଥାଣୁ ନୂହେଁ ଜୀବକୋଷ
ଚେତନା ହରାଇ କେମିତି କରନ୍ତି
ଜୀବନର କର୍ମ ଦୋଷ।।
ଲତା ଓ ବୃକ୍ଷ
By ସତ୍ୟ ପ୍ରକାଶ ସେଠୀ
ଲତା କୁଞ୍ଜ ସବୁ ଲୋଡନ୍ତି ସାହାରା
ଅନ୍ୟର ଭରସେ ଜିଏଁ
ବୃକ୍ଷ ଆଦି କିନ୍ତୁ ସ୍ଵନିର୍ଭରଶୀଳ
ମୁଣ୍ଡ ଟେକି ଠିଆ ହୁଏ ।।
ନିଜ ଭରସାରେ ଜୀଉ ଥିବା ଲୋକ
ଆତ୍ମ ନିର୍ଭରଟି କହେ
ପରର ସାହାରା ନେଉଥିବା ଲୋକ
ପରାଙ୍ଗପୃଷ୍ଠ କି ନୁହେଁ?
ଓକିଲ ପୋଲିସ୍
By ସତ୍ୟ ପ୍ରକାଶ ସେଠୀ
ଓକିଲ ପୋଲିସ୍ ସମ୍ପର୍କ ଅଡ଼ୁଆ
ମିତ୍ରଠୁଁ ଶତୃତା ବେଶୀ
ପୋଲିସ୍ ଉପରେ ଉପରେ ଭାସେ
ନ ପାରେ ଭିତରେ ପଶି।।
ଉପରଟା ସିନା ଚହଟ ଚିକ୍କଣ
ଭିତରଟା କିନ୍ତୁ ଭିନ୍ନ
ଅନୁସନ୍ଧିତ୍ସୁର ଦୃଷ୍ଟି ଅନ୍ତରାଳେ
ଲୁଚି ପାରିବନି ସତ୍ୟ।।
ଫଳନ୍ତି ଓ ଅଫଳନ୍ତି ବୃକ୍ଷ
By ସତ୍ୟ ପ୍ରକାଶ ସେଠୀ
ଫଳନ୍ତି ବୃକ୍ଷଟି ନତମସ୍ତ କରି
ଦଣ୍ଡାୟମାନ ସର୍ବଦା
ଅଫଳନ୍ତି ବୃକ୍ଷ ସଳଖି ଛିଡ଼ାଟି
ନୂଆଁଏ ନାହିଁଟି ମଥା।।
ଜ୍ଞାନୀ ଗୁଣୀ ଜନ କମନୀୟ ଭାବ
ନମ୍ରତା ତାହାର ଗୁଣ
ଅଜ୍ଞାନ ଜନ ତ ଔଦ୍ଧତ୍ୟ ପଣରେ
ମୁହଁ କରେ ଟାଣପଣ।।
ପଙ୍କ – ପଦ୍ମ
By ସତ୍ୟ ପ୍ରକାଶ ସେଠୀ
ପଦ୍ମ ଫୁଲ ଫୁଟେ କର୍ଦ୍ଦମାକ୍ତ କାଦେ
ପଙ୍କିଳ ପଙ୍କ ତା ଘର
ସୌନ୍ଦର୍ଯ୍ୟଶାଳିନୀ ଫୁଲ ମଧ୍ଯେ ରାଣୀ
ସବୁଠିଁ ଆଦର ତା’ର ।।
ଜନ୍ମ ନୂହେଁ ତେଣୁ ଅତୀବ ଗୁରୁତ୍ୱ
କର୍ମ ଏକା ବଳିୟାର
ଯାହା ଲାଗି କେହୁ ଲଭି ପାରେ ସିନା
ସ୍ନେହ ଶ୍ରଦ୍ଧା ପାରାବାର।।
କଲମ – ବଲମ
By ସତ୍ୟ ପ୍ରକାଶ ସେଠୀ
କଲମର ଶକ୍ତି କେ ପାରିବ କଳି
ଅଶୀ ଠାରୁ ମହାବଳୀ
ଅଚିରେ ଲଭଇ ପରାଜୟ ପରା
ହେଉ ଯେତେ ଶକ୍ତିଶାଳୀ।।
ଧରିଥାଏ କିନ୍ତୁ କଲମଟି ଯିଏ
ସେହି ଏକା ଜ୍ଞାନୀ ଜନ
ଖଣ୍ଡା ଧରିଥିବା ଲୋକ ଟାଣପଣ
ଏଥୁଁ ଅସଫଳ ମନ ।।
କଥା – ଲେଖା
By ସତ୍ୟ ପ୍ରକାଶ ସେଠୀ
ଯେତେ କୁହ କଥା ନାହିଁ ତା’ର ଦାମ୍
ମୂଲ୍ୟବାନ୍ କିନ୍ତୁ ଲେଖା
ତେଣୁ କୁହଯାଏ ବେଙ୍ଗଲୀ ଭାଷାରେ
ଶୋ ବକା ଏକ୍ ଟା ଲେଖା।।
ଲେଖନୀ ମୁନର ବଳ ଅପ୍ରମିତ
କରୀ ସମ ବଳ ଭାରି
ପାରି ନାହିଁ କେହି ପାରିବ ନାହିଁଟି
ତା’ର ବଳ କ୍ଷୂର୍ଣ୍ଣ କରି।।
ପଙ୍କ – ପଦ୍ମ
By ସତ୍ୟ ପ୍ରକାଶ ସେଠୀ
ପଦ୍ମ ଫୁଲ ଫୁଟେ କର୍ଦ୍ଦମାକ୍ତ କାଦେ
ପଙ୍କିଳ ପଙ୍କ ତା ଘର
ସୌନ୍ଦର୍ଯ୍ୟଶାଳିନୀ ଫୁଲ ମଧ୍ଯେ ରାଣୀ
ସବୁଠିଁ ଆଦର ତା’ର ।।
ଜନ୍ମ ନୂହେଁ ତେଣୁ ଅତୀବ ଗୁରୁତ୍ୱ
କର୍ମ ଏକା ବଳିୟାର
ଯାହା ଲାଗି କେହୁ ଲଭି ପାରେ ସିନା
ସ୍ନେହ ଶ୍ରଦ୍ଧା ପାରାବାର।।
ଫଳନ୍ତି – ଅଫଳନ୍ତି
By ସତ୍ୟ ପ୍ରକାଶ ସେଠୀ
ଫଳନ୍ତି ବୃକ୍ଷ ତ ନମ୍ରତାର ଗୁଣ
ତଳକୁ ଯାଏ ସେେ ନଇଁ
ଅଫଳନ୍ତି ଗଛ ଉପରକୁ ଦେଖେ
ସ୍ଵର୍ଗକୁ ଯିବକି ଛୁଇଁ।।
ଗୁଣୀ ଜନ ଗୁଣ ନମ୍ରତାର ଫଳ
କହେ ବିନୟ ବଚନ
ମୁର୍ଖଙ୍କର କିନ୍ତୁ ତେଢାପଣ ଭାରି
ସତେକି ବିଜ୍ଞାନୀ ଜନ।।
ପର – ନିଜ ଚର୍ଚ୍ଚା
By ସତ୍ୟ ପ୍ରକାଶ ସେଠୀ
ପର ନିନ୍ଦା ପର ଚର୍ଚ୍ଚା ମଣିଷର
ନିଜ ପ୍ରସଂଶାରେ ଝଳେ
ଅନ୍ୟର ଶରୀର ପୂତି ଗନ୍ଧମୟ
ଆପଣା କଥାର ମୂଳେ।।
ନିଜ କଥା ଯେଣୁ ଭାବେ ନାହିଁ କେବେ
ନିଜକୁ ମଣେ ଈଶ୍ଵର
ଦୁନିଆଟା ତେଣୁ ତା ଲାଗି ଅସୁର
ସିଏ ଏକା ସୁର ବୀର।।
ବାବୁ ଚୋର
—————
କାହାଠୁଁ ଆମର ନାହିଁ ପାଇବାର
ଆଶା ଅଭିଳାଷା କିଛି
ତଥାପି ହାତୀ ନେ ଘୋଡ଼ା ବି ଦେବାର
କାହିଁକି ନାଟକ ମିଛି?
ଧପ୍ପାବାଜିଆରେ କର ଗୁରୁ ଜ୍ଞାନ
ସୁଧୁରି ଯା’ ବାବୁ ଚୋର
ନୋହିଲେ ଖାଇବୁ ଢିପାଳୀ ଯେତକ
କହୁ ଥିବୁ ରକ୍ଷାକର।।
ନାଆଁ – ବସ୍ତ୍ର -ଘର
—-by ସତ୍ୟ ପ୍ରକାଶ ସେଠୀ
ବଞ୍ଚିଥିଲା ବେଳେ ତିନୋଟି ପାଇଁ କି
ଆମେ ହାଇଁପାଇଁ ହେଉ
ନାମ ଉଚ୍ଚା ହେଉ ବସ୍ତ୍ର ଭଲ ହେଉ
ଘର ବି ସୁନ୍ଦର ହେଉ।।
ମରି ଗଲା ପରେ ନାଆଁ ପାଖେ ଯୋଡ଼େ
ମୃତ୍ୟୁ ଶବ୍ଦ କଷ୍ଟ ଦିଏ
ପୋଷାକ ବୋଇଲେ ସଫେଦ ଚାଦର
ସମାଧୀ ତା’ ଘର ହୁଏ।।
ହୃଦୟ – ଫରୁଆ
By ସତ୍ୟ ପ୍ରକାଶ ସେଠୀ
ହୃଦୟ ଥଳିରେ ନାହିଁ ରଖିବାକୁ
ଦୁଃଖ ଅବସାଦ ଏତେ
ହୃଦୟଟି ଅଟେ ସୁନ୍ଦର ଫରୁଆ
ଗୋଲାପ ସ୍ନିଗ୍ଧତା ଯେତେ।।
ହୃଦୟବାନର ହୃଦୟରେ ପରା
ମାନବତା ଭରପୂର
ହଳାହଳ ବିଷ ନାହିଁ ତା’ର ପାଶେ
ଓଷ୍ଠେ ଶାନ୍ତି ବାଣୀ ଖର।।
ଜୀବନ – ଗଣିତ
By ସତ୍ୟ ପ୍ରକାଶ ସେଠୀ
ଜୀବନଟା ପରା ଜଟିଳ ଗଣିତ
ହିସାବଟା ରୋକ୍ ଠୋକ୍
ମିଶାଣ ଫେଡାଣ ହରଣ ଗୁଣନ
ସବୁ ଚାଲେ ଠିକ୍ ଠାକ୍।।
ଭୂଲି ଗଲେ ସୂତ୍ର ଭୂଲ୍ ସିଦ୍ଧ ଅଙ୍କ
ସବୁ ଅସାର ବେକାର
ଭୁଲ୍ ଭୁଲିଆରେ ପଡ଼ି ହଡ଼ବଡ଼
ମୁଣ୍ଡ ଟାଇଁ ଟାଇଁ ଖର। ।
ଧୂମପାନ – ନିଦ୍ରା
By ସତ୍ୟ ପ୍ରକାଶ ସେଠୀ
ଫୁସ୍ ଫୁସ୍ ଚିନ୍ତା କରିବା ଯେବେଟି
ଧୂମ ପାନ ନାହିଁ କର
ହୃଦ୍ ଯନ୍ତ୍ର ଲାଗି ସୁରକ୍ଷା ଜରୁରୀ
ଚର୍ବିଳ ଖାଦ୍ୟଠୁଁ ଦୂର।।
ମସ୍ତିଷ୍କ ସୁସ୍ଥତା ଆମର ବ୍ୟସ୍ତତା
ତହୁଁ ନିଦ୍ରା ଆଠଘଣ୍ଟା
ଭଲମନ୍ଦ ବାଣୀ ଜାଣି ରଖିଥିବା
ନହେଉ ଆମକୁ କଣ୍ଟା।।
ଖାଦ୍ୟ – ପାନୀୟ
By ସତ୍ୟ ପ୍ରକାଶ ସେଠୀ
ଅଗ୍ନ୍ୟାଶୟ ଯେଣୁ ସକ୍ରିୟତା ଗୁଣ
ଅତି ଖାଦ୍ୟ ସଦା ତେଜ୍ଯ
ବୃକକ୍ ସକାଶେ ଜଳପାନ ଧ୍ଯାତ
ଶରୀରେ ଅପରିହାର୍ଯ୍ୟ।।
ଅତି ଆବଶ୍ୟକ ଦିବସେ ପ୍ରଚୁର
ସେବନୀୟ ତ ପାନୀୟ
ରାତ୍ରିରେ ନାହିଁ ତା’ ଏତେ ପ୍ରୟୋଜନ
ଖାଲି ରଖ ମୁତ୍ରାଶୟ।।
ଭଙ୍ଗା – ଗଢା
By ସତ୍ୟ ପ୍ରକାଶ ସେଠୀ
ଜୀବନର ଦୁଇ ସହଜ ନିୟମ
ରଖିଥିବା ସଦା ହେଜେ
ଭୂଲିବାନି କେବେ ଯେତେ ଝଡ଼ଝଞ୍ଜା
ଆସୁ ଜୀବନରେ ଶେଜେ।।
ନଜାଣି ଉତ୍ତମେ କର ନାହିଁ କାହେ
ନୈକଟ୍ଯ ସମ୍ପର୍କ ବୃଦ୍ଧି
ଛୋଟ ଛୋଟ ଭୂଲ୍ ବୁଝାବଣା ପାଇଁ
ସମ୍ପର୍କ ସେ ଭାଙ୍ଗ ନାହିଁ ।।
ଦୁଃଖ – ସୁଖ
By ସତ୍ୟ ପ୍ରକାଶ ସେଠୀ
ଦୁଃଖ ହିଁ ମୋହର ଯମଜ ଭ୍ରାତା ତ
ପାରୁନି ସେ ମୋତେ ଛାଡ଼ି
ମୋ ଜୀବନ ପରିବୃତ୍ତ ଭିତରେ ଯେ
ଅହରହ ବୁଲେ ଘୂରି ।।
ତେଣୁ ରଖିନି ମୁଁ ସୁଖଟି ଆଦର
ଭ୍ରାତୃ ଧର୍ମଟା ସେ ପାଳି
ହେଲେ ଭାଇ ବାଦ ହେଲାଣି ଅସହ୍ୟ
ତା’ଜାଳା ପାରୁନି ସହି ।।
ହଁ – ନା
By ସତ୍ୟ ପ୍ରକାଶ ସେଠୀ
ଭଗବାନଙ୍କର ସ୍ଥିତିକୁ ତ ନେଇ
ଅହରହ ହଁ ନା ସ୍ଥିତି
ମନରେ ଆଶଙ୍କା ଶଙ୍କା ଉପୁଜଇ
ହୁଏ ନାହିଁ ସ୍ଥିର ମତି।।
ସତେ ତୁମେ ଅଛ ଅବା ପୁଣି ନାହଁ
ପାଇବି ତୁମକୁ ଖୋଜି
ମୋର କାହିଁ ମନେ ପରତେ ଯାଉନି
ପାଇନି ଯେଣୁ ସେ ମୁନି।।
ବାପା – ପୁଅ
—by ସତ୍ୟ ପ୍ରକାଶ ସେଠୀ
ବାପା ପରା ଦିନେ ପଚା ନାଉ କରି। ବୁଲାଉଥାଏ ଗାଁ ଦାଣ୍ଡ
ହାତ ଧରି ପୁଣି ଚଲାଇ ଶିଖାଏ
କହୁଥାଏ ଭେଦ ଦଣ୍ଡ।।
ଯେଉଁ ଦିନ ପୁଅ ସଳଖି ଚାଲିଲା
ମୁଣ୍ଡକୁ ପାଇଲା ହାତ
ଭୁଲିଗଲା ସବୁ କହି ପକାଇଲା
କିଛି ଜାଣ ନାହିଁ ତାତ।।
ରାମ – ରାଜ୍ଯ
——by ସତ୍ୟ ପ୍ରକାଶ ସେଠୀ
ରାମ ଥିଲେ ଅବା ନଥିଲେ ବୋଲିଣ
କହି ହେଉ ନାହିଁ ଭାଇ
ହେଲେ ରାମ ରାଜ୍ୟ ପରିକଳ୍ପନାଟି
ଅତୀବ ସୁନ୍ଦର ସେଇ।।
ଧର୍ମ ସତ୍ୟ ନ୍ୟାୟ ଥାଉ ବା ନଥାଉ
କାହିଁକି ସହିବା ଏତେ
ଅନ୍ୟାୟ ଅନୀତି ଦୁର୍ନୀତି ବିରୁଦ୍ଧେ
ଲଢ଼ିବା ଅଛନ୍ତି ଯେତେ।।
୩. ଗରଜିଲା ମେଘ
ଗରଜିଲା ମେଘ ବରଷେ ନାହିଁ ତ
ଭୟରେ ମନ୍ଥିତ ହୃଦ୍
ଚଉଦିଗ ଦିଶେ ଅନ୍ଧକାରମୟ
ହାତୀ ପାଡି ଦିଏ ଫୁସ୍।।
କଥାରେ ନଥାଉ ମୂଲ୍ୟ କିଛି ପଛେ
ଚୋରଙ୍କର ମୁହଁ ଟାଣ
ଫୁଟାଣିଆଙ୍କର ଟିପ୍ପଣୀ ବଡ଼
ବାସ୍ତବତା ନାହିଁ ଜାଣ।।
୪.ସାଧୁ ଓ ଚୋର
ମଣିଷକୁ ଏଠି ମଣିଷ ଚିହ୍ନିବା
କାଠିକର ପାଠ ହୁଏ
ମୁଖେ ଧରି ମହୁ ପେଟେ ଭରିଥାଏ
ବିଷ ମହାକୁମ୍ଭ ସିଏ।।
ସରଳତା ଅବା ସାଧୁତାର ଗୁଣ
କ୍ଷୀଣ ଆଲୋକର ରେଖା
ଔଜ୍ଜଲ୍ୟେରେ କିନ୍ତୁ ଭରଇ ଜୀବନ
ଯା’ବିନା ଜୀବନ ରୁଖାଶୁଖା।।
3ଭାଇ-ଭଗାରୀ
ଯୁଗେ ଯୁଗେ କ’ଣ ବିଭୀଷଣ ଥା’ନ୍ତି
ଘଟଣା କ୍ରମରେ ପଡି
ଭାଇ ଭାଇର ତ ଶତୃ ପାଲଟନ୍ତି
ସମ୍ପର୍କ ଖାଆନ୍ତି ପୋଡ଼ି।।
ତୁମ ଆମ ପରା ସମ୍ପର୍କର ଡୋର
ଲମ୍ବିଥିଲା କେଉଁ କାଳୁ
ହଠାତ୍ ଏମିତି କଅଣ ହେଲା କି
ଗୋଟା ପୁଣି ହେଲା ଚଳୁ।।
କୃଷି – କୃଷକ
By ସତ୍ୟ ପ୍ରକାଶ ସେଠୀ
1.ଚଷା ଭାଇ ଆମ ଫଳାଏ କ୍ଷେତରେ
ହସିଲା ଫସଲ କେତେ
ଯାହା ଲାଗି ଆମ ହୃଦେ ପରା ନାହିଁ
ଆହା ପଦୁଟିଏ ସେତେ। ।
କୃଷି କୃଷକର ନହେଲେ ଉନ୍ନତି
ଆହାର ଯୋଗାଏ ଯିଏ
ଦେଶର ବିକାଶ ଜାତିର ପ୍ରଗତି
ସମ୍ଭବ ହେବା କି ସିଏ?
- ଅର୍ଥ-ସମ୍ପର୍କ
ଯେତେ ମଜଭୁତ ଥାଉନା କାହିଁକି
ସମ୍ପର୍କର ଲମ୍ବ ଡୋର
ପଇସା ଗଣ୍ଡାକ ବଢାଇ ଦେଖ ହେ
ସମ୍ପର୍କ କତି ନା ଦୂର।।
ଭଲ ମଣିଷ କି ଖରାପ ମଣିଷ
ବୁଝାଟି ଅବୁଝା ପଡ଼େ
କିନ୍ତୁ ନେଣ ଦେଣ କଲେ କାରବାର
ଭଲ ମନ୍ଦ ବୁଝା ପଡ଼େ।
- ଦେଶପ୍ରୀତି – ସ୍ୱାର୍ଥସିଦ୍ଧି
ଦେଶର ପ୍ରଗତି ଜାତିର ପୀରତି
ଯିଏ ସଦା ଚିନ୍ତୁଥାଏ
ଜାତୀୟତାବାଦୀ ନେତା ଅଟେ ପରା
ଏ କଥାଟି ଜଣା ଯାଏ।।
ନିଜ ସ୍ୱାର୍ଥ କଥା ଚିନ୍ତୁଥାଏ ଯିଏ
ଜାତି କଥା ଭୂଲି ଥାଏ
ତାକୁ ଦେଶଦ୍ରୋହୀ କହିବାରୁ ଆମେ
ଭୂଲ କେଉଁଠି ଯେ ହୁଏ।।
୪. ଜାତୀୟତା – ମାନବତା
ଦେଶରେ ଏକତା ବିଶ୍ୱରେ ମାନ୍ୟତା
ଶୁଭ ସଂକେତଟି ମିଳେ
ଆମେ ଭାରତୀୟ ଅଟେ ପରିଚୟ
ଗର୍ବେ କହେ ଉଚ୍ଚ ସ୍ଵରେ।।
ଜାତି ଜାତୀୟତା ନଥିଲେ ହୃଦୟେ
ସେ କି ମାନବରେ ଗଣା
ମାନବରେ ପୁଣି ମାନବତା ଗୁଣ
ନଥିଲେ ହୁଏ ସେ ବଣା।। - ଚାଷ – ଚଷା
ଅକ୍ଷୟ ତୃତୀୟେ ଅଖି ମୁଠି ଧରି
ଲଙ୍ଗଳ କଣ୍ଟି ଯେ ଧରେ
ଫଳିଥାଏ କେତେ ସୁନାର ଫସଲ
ହିସାବ ନରଖି ପାରେ ।।
ଚଷା ଭାଇ ଆମ ଫଳାଏ ତହିଁରେ
ସବୁଜ ଫସଲ କେତେ
ଥକି ନାହିଁ କେବେ ଥକିବ ନାହିଁଟି
ପରିଶ୍ରମୀ ଲୋକ ଯେତେ ।।
6.ମିଠା – ସିଠା
ଅଙ୍ଗୁର ଶର୍କରା ଜାତୀୟ ଫଳ ଯେ
ଗୁଣ ଧର୍ମ ତା’ର ମିଠା
ଦୁର୍ନାମ ଗାଇବା ଲୋକଙ୍କୁ ସେ ପିତା
ତେଣୁ ସେ କହିବେ ସିଠା।।
ଆଜି ସ୍ୱାର୍ଥ ଶିଖା ପ୍ରଜ୍ଜ୍ଵଳିତ ହୁଏ
ସ୍ଵାର୍ଥର ବଡ଼ିମା ପାଇଁ
ସ୍ନେହ ମମତାଟି କେଣେ ତ ଯାଉଛି
ଦୁଷ୍ପ୍ରାପ୍ୟ ପରାଏ ହୋଇ।।
- ଦେଶ-ବିଦେଶ
ଖାଦ୍ୟ ପାଇଁ ବଣା ଖାଦ୍ୟ ପାଇଁ ପାଲା
ପେଟ ଚିନ୍ତା ଅନୁକୋଟି
ପେଟରେ ପଡ଼ିଲେ ଖାଦ୍ୟ କଣିକାଟି
ଆତ୍ମା ଶାନ୍ତି ଲଭିବାଟି।।
ପଖାଳ ସାଙ୍ଗକୁ ଶୁଖୁଆ ପୋଡ଼ାର
ସୁଆଦିଆ ତରକାରୀ
ଭାରି ମନେ ପଡ଼ ବିଦେଶରେ ଆଜି
ଖାଇବି ପଖାଳ ବାଢି ।।
୮. ସ୍ବାର୍ଥପରତା-ମଣିଷପଣିଆ
ଦୁନିଆଟା ଭାଇ ଅଜବ ହେଲାଣି
କିଏ କେଉଁ ମତେ ଥାଏ
ମଣିଷକୁ ଚିହ୍ନି ମଣିଷ ନପାରେ
ସବୁ କି ବିଚିତ୍ର ହୁଏ ।।
ମୁଁ ମୁଁ ‘ର ରାଜୁତି ଚାଲଇ ଯେଉଁଠି
ସେଠି ନାହିଁ କାହିଁ ଆଉ
ତୁମେ ଆମେ ସବୁ ଅଛି ଖାଲି ପରା
ସେହି ସେ ସ୍ୱାର୍ଥର ଭାଉ।।
ଭାଷା – ଜାତି
ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଉତ୍କଳ
ଦରିଦ୍ର ଭିକାରୀ କେବା
ମନେ ପଡ଼ୁନି କି ପୂରୁବ ଗୌରବ
ପୂରୁବ କୀରତି ଅବା ।।
ଓଡ଼ିଶାର ଭାଷା ଓଡ଼ିଆର ପ୍ରୀତି
ଯଦି ନାହିଁ କାହା ମନେ
ବୃଥା କିଆଁ କର ଓଡ଼ିଆର ଗାନ
ମିଛ ବାହାସ୍ପୋଟ ପଣେ?
- ମାଟି – ମାଆ
ମାଟି ନୁହେଁ ସେ ତ ଏ ଦେଶ ମାଆଟି
ନାଆଁଟି ସିନା ତା ମାଟି
ଚଷା ଭାଇ ଆମ ଫଳାଏ ଯହିଁଟି
ଫଳ ପୁଷ୍ପ ପିଟି ବା’ଟି। ।
11.କତି-ଦୂର
ପାଖରେ ଥିଲେ ତ ସବୁ ଗୋଳମାଳ
ମନରେ ଭରଇ ପ୍ରଶ୍ନ
ଦୂର ପାହାଡାଟି ସୁନ୍ଦର ଦିଶଇ
ପାଖକୁ ଗଲାଠୁଁ ଶଙ୍କ।।
ପାଇଲା ଜିନିଷ କଲେ ହାତଛଡ଼ା
କାଳେ ନୁହଁଇ ପ୍ରାପତ
ଅଦୃଶ୍ୟ ପଛରେ ଧାଇଁବାରେ ଖାଲି
ସମୟ ହୁଏ ନିପାତ।।
- ମାଆର ମମତା – ବନ୍ଧୁର ବନ୍ଧୁତା
ମାଆ ନୁହେଁ ସେ ତ ସାହା ଭରସାଟି
ଘଣ୍ଟ ଘୋଡାଇଣ ରଖେ
ମାଆ ନାହିଁ ଯା’ ର ସାହା ନାହିଁ ତା’ର
ଜୀବନ ନଈ କି ଶୁଖେ!।।
ପୁଣ୍ଯ କର୍ମ କରି ପୁଣ୍ଯ ବଳେ ସିନା
ଲଭେ କେହୁ ସ୍ଵର୍ଗ ସୁଖ
ମାଆର ମମତା ବନ୍ଧୁର ବନ୍ଧୁତା
ମିଳେନି ଭାଗ୍ୟେ ସବୁର।।
- ତତ୍ତ୍ଵ – ବିଶେଷତ୍ଵ
ଆଜି ସ୍ୱାର୍ଥ ଶିଖା ପ୍ରଜ୍ଜ୍ଵଳିତ ହୁଏ
ସ୍ଵାର୍ଥର ବଡ଼ିମା ପାଇଁ
ସ୍ନେହ ମମତାଟି କେଣେ ତ ଯାଉଛି
ଦୁଷ୍ପ୍ରାପ୍ୟ ପରାଏ ହୋଇ।।
ଜୀବନଟା ତେଣୁ ଅସାର ହେଲାଣି
ପାଉ ନାହିଁ କିଛି ତତ୍ତ୍ଵ
ବାକି ଜୀବନଟା ନିଷ୍ଫଳ ହେବକି
ଜଣା ନାହିଁ ବିଶେଷତ୍ଵ।।
- ସାଧୁ – ଚୋର
ମଣିଷକୁ ଏଠି ମଣିଷ ଚିହ୍ନିବା
କାଠିକର ପାଠ ହୁଏ
ମୁଖେ ଧରି ମହୁ ପେଟେ ଭରିଥାଏ
ବିଷ ମହାକୁମ୍ଭ ସିଏ।।
କାହାକୁ କହିବା ଫେରାଦ ହେବାରେ
ଚାରିଆଡ଼େ ଚୋର ଚୋର
ଦୁନିଆର ଗତି ଓଲଟା ହେଲାଣି
ସାଧୁ ଯେଉଁଠି ତ ଚୋର। । - ଦିବ୍ୟାନନ୍ଦ – ସ୍ରୁଷ୍ଟି ସର୍ତ୍ତ
ନିଜେ ନିଜର ହିଁ ବଡ଼ ଶତୃ ପରା
ମାନୁ ନାହଁ ସ୍ରୁଷ୍ଟି ସର୍ତ୍ତ
ଅଜ୍ଞାନତା ଦୋଷ ଦୂର ନହେଲେ ତ
ସବୁ ହେବ ଶୂନ୍ୟ ଗର୍ଭ।।
ଦୁନିଆର କୋଣ ଅନୁକୋଣେ ପରା
ପାଇଲିନି ଖୋଜି ବ୍ରହ୍ମ୍
ଶେଷରେ ଦେଖିଲି ନିଜ ହୃଦେ ଝାଙ୍କି
ପାଇଲିରେ ଦିବ୍ୟାନନ୍ଦ।।
16.ମଧୁ ମକ୍ଷୀ- କୃପଣ
ମଧୁ ମକ୍ଷୀ ପରା ସଞ୍ଚି ଥାଏ ଧନ
ଫୁଲରୁ ଫୁଲକୁ ଉଡ଼ି
ମୁଖେ ଦେଇ ଅଗ୍ନି ମଣିଷ ତାହାକୁ
ନିମିଷକେ ନିଏ କାଢ଼ି ।।
ରଙ୍କୁଣୀ ସଂଞ୍ଚିଲା ଧନ ଦୌଲତ
ମୂଷା କଲା ଚଳୁ ଯେତେ
କି ଲାଭ ରଖିଣ ଭଲ ଗୁଣ ଏତେ
ଯେବେ ନ ଲାଗିଲା ହିତେ।।
16.’ମୁଁ-ମୁଁ’ ର ରାଜୁତି-ସ୍ୱାର୍ଥର କାରତି
‘ମୁଁ-ମୁଁ’ ର ରାଜୁତି ଚାଲଇ ଯେଉଁଠି
ସେଠି ନାହିଁ କାହିଁ ଆଉ
ତୁମେ ଆମେ ସବୁ ଅଛି ଖଲି ପରା
ସେଇ ସେ ସ୍ୱାର୍ଥର ଭାଉ।। ।
ନିଜେ ନିଜର ତ ବଡ଼ ଶତୃ ଯେଣୁ
ମାନୁ ନାହିଁ ସ୍ରୁଷ୍ଟିସର୍ତ୍ତ
ଅଜ୍ଞାନତା ଦୋଷ ଦୂର ନହେଲେ ଯେ
ସବୁ ହେବ ଶୂନ୍ୟଗର୍ଭ।।
16
17.ରାମ – ରାମରାଜ୍ୟ
ରାମ ଥିଲେ ଅବା ନଥିଲେ ବୋଲିଣ
କହି ହେଉ ନାହିଁ ସେତେ
ହେଲେ ରାମ ରାଜ୍ୟ ପରିକଳ୍ପନାଟି
ଅତୀବ ସୁନ୍ଦର ସତେ ।।
ଧର୍ମ ସତ୍ୟ ନ୍ୟାୟ ଥାଉ କି ନଥାଉ
କାହିଁକି ସହିବା ଏତେ
ଅନ୍ୟାୟ ଅନୀତି ଦୁର୍ନୀତି ବିରୁଦ୍ଧେ
ଲଢିବା ଅଛନ୍ତି ଯେତେ।।
18.ମହୁ – ବିଷ
ମଣିଷକୁ ଏଠି ମଣିଷ ଚିହ୍ନିବା
କାଠିକର ପାଠ ହୁଏ
ମୁଖେ ଧରି ମହୁ ପେଟେ ରଖିଥାଏ
ବିଷ ମହାକୁମ୍ଭ ସିଏ।।
ସ୍ୱାର୍ଥ ଶିଖା ଯେଣୁ ପ୍ରଜ୍ଜ୍ଵଳିତ ହୁଏ
ସ୍ୱାର୍ଥର ବଡ଼ିମା ପାଇଁ
ସ୍ନେହ ମମତାଟି କେଣେ ତ ଯାଉଛି
ଦୁଷ୍ପ୍ରାପ୍ୟ ପରାଏ ହୋଇ।।
19.ପାପ – ପୁଣ୍ଯ
ବହୁ ଦରକାରୀ ଜାଣି ରଖିଥାଅ
ହେଲେ ହେଉ ତ୍ରୁଟି ଜନେ
ଆଚରଣେ ଅବା କ୍ରିୟା କର୍ମେ କିନ୍ତୁ
ହୃଦ ଥାଉ ଠିକ୍ ସ୍ଥାନେ।।
ହୃଦୟ ଯାହାର ଅଟଇ ନିର୍ମଳ
ମନ ପରା ଗଙ୍ଗା ଜଳ
ତହୁଁ ପାପ ପୁଣ୍ୟ ବିଚାରି କି ଲାଭ
ସେଇଟି ତ ପୁଣ୍ୟ ବଳ ।।
20.ଅନ୍ଧାର – ଆଲୁଅ
ମଧ୍ୟାହ୍ନର ଜାଳ ଥମୁ କି ନଥମୁ
ଲୋଡେ ଛାୟା ସୁଶୀତଳ
କିନ୍ତୁ ବୟସର ଅପରାହ୍ଣରେ
ଖୋଜେ ସେ ବାଲ୍ଯ ସକାଳ।।
ଏମିତି ଅନ୍ଧାର ଆଲୁଅର ଖେଳ
ସବୁବେଳେ ଚାଲିଥାଏ
ବେଳେ ଖରା ହେଲେ ଆଉ ବେଳେ ଛାଇ
ଜୀବନ ନଇଁ କି ଯାଏ।।
ପିମ୍ପୁଡ଼ି – ହାତୀ
By ସତ୍ୟ ପ୍ରକାଶ ସେଠୀ
ପିମ୍ପୁଡ଼ି ହେଲେ ବି କ୍ଷୁଦ୍ର ଜୀବଟିଏ
ହାତୀ ଅଟକାଇ ଦିଏ
ଯେତେ ଥାଉ ପଛେ ପରାକ୍ରମ ତା’ର
ପ୍ରାଣ ବିକଳରେ ଧାଏଁ।।
ପିମ୍ପୁଡି ସମ ବି ପ୍ରଜାତନ୍ତ୍ରେ ପ୍ରଜା
ଖର୍ବ କରେ ରାଜା ବଳ
ଅଚିରେ ରାଜାକୁ ଗାଦିଚ୍ୟୁତ କରି
ନିର୍ବଳ କରିବ ବଳ।।
2.ଚିଲିକା କଙ୍କଡା – ଗୋଡ଼ ଟଣାଟଣି
ଚିଲିକା କଙ୍କଡା ଗୋଡ଼ ଟଣାଟଣି
ଭିଡ଼ାଭିଡ଼ି ହୋଇଥାନ୍ତି
ଖାଳିରୁ ଉଠିଣ ଜଣେ ଚାଲିଗଲେ
ଆରକ ରୋକି ଦିଅନ୍ତି।।
ଏମିତି ମଣିଷ ହିଁସିକୁଟିଆ ତ
ବଞ୍ଚିବାକୁ ଦେବେ ନାହିଁ
ନିଜେ ତ ପଛରେ ରହିବେ ରହିବେ
ଆଗକୁ ଛାଡିବେ ନାହିଁ।।
3.ସ୍ଥିତପ୍ରଜ୍ଞ – ପ୍ରତିକ୍ରିୟାଶୀଳ
ସ୍ଥିତପ୍ରଜ୍ଞ by ସତ୍ୟ ପ୍ରକାଶ
ଭଗବାନ ଯେଣୁ ପ୍ରତିକ୍ରିୟା ଶୂନ୍ୟ
ନୀରବେ ରହଇ ଚାହିଁ
ସବୁ ଶୁଣୁ ଥାଇ ସବୁ ଦେଖୁ ଥାଇ
ଉତ୍ତର ରଖେନି କାହିଁ।।
ମଣିଷଟି କିନ୍ତୁ ପ୍ରତିକ୍ରିୟାଶୀଳ
ଶୁଣିଲେ ନ ଧରେ ଥୟ
ଅସ୍ଥିର ପରାଏ ହୁଅଇ ସଦା ସେ
ସ୍ଥିର ନୂହେଁ ତା’ର ଚିତ୍ତ।।
୪. ଘର ମଣି – ପର ମଣି
କି ଲାଭ ହଜାରେ ଚଢେଇ ଥିଲେ ତ
ଗଛ ଉପରେ ବସାରେ
ତହୁଁ ବରଂ ଭଲ ଗୋଟିଏ ଚଢେଇ
ଯା’ ଅଛି ହାତ ମୁଠାରେ।।
ଘର ମଣି ତେଣୁ ସବୁଠାରୁ ଭଲ
ସୁଖେ ଦୁଃଖେ ସଦା ଥାଏ
ପର ମଣି ପରା ଅଢେଇ ଦିନିଆ
ଦୁଃଖ ଭାଗ ବଢି ଯାଏ ।।
5.ପୁସ୍ତକ – ମଲାଟ
ପୁସ୍ତକ ମଲାଟ ଦେଖି ଆକଳନ
ବାସ୍ତବ କି ମୂଲ୍ୟାଙ୍କନ
ଭିତର ପାଠଟି ପଢିଲେଟି ସିନା
ବାସ୍ତବତା ପ୍ରଖ୍ଯାପନ।।
ଉପରିଆ ଭାବ ଦେଖିଣ ବୁଝିବା
ନିଶ୍ଚିତ ପକ୍ଷେ ଯେ କଷ୍ଟ
ଭିତରେ ଝାଙ୍କିଣ ଦେଖିଲେ ସିନା ସେ
ବୁଝା ପଡିବଟି ସତ୍ୟ। ।