Satya Prakash
କବିତା

ଉତ୍କଳମଣି Gopabandhu

ହେ! ଉତ୍କଳ ମଣି ଗୋପବନ୍ଧୁ ଦାସ

ଆମ ଓଡ଼ିଆଙ୍କ ପ୍ରାଣ ଉଚ୍ଛ୍ୱାସ।।

ଏଡିକି ଦରଦୀ ଦେଶ ସେବକଟି

ଦେଖି ନାହିଁ କାହିଁ ଆଉ କେଉଁଠି।।

ଆସୁ ଯେତେ ଯେତେ ବନ୍ୟା ବାତ୍ୟା ପଛେ

ଉତ୍କଳ ମଣି ଥାଅ ପିଛେ ପିଛେ ।।

ଚୂଡ଼ା ଚାଉଳ ଗୁଡ଼ କମ୍ବଳ ଧରି

ସବୁଠିଁ ହାଜର ଦୁର୍ଗମେ ଭାରି।।

ଦେଶ ସେବକଙ୍କ ସେ ଓଡ଼ିଆ ପ୍ରୀତି

ଉତ୍କଳୀୟତାର ଜୀବନ ଗୀତି। ।

ସାମ୍ବାଦିକତାଠୁଁ ଦେଶ ସ୍ଵାଧୀନତା

ସବୁ ଗାଏ ସେ କୃତିତ୍ଵର ଗାଥା।।

ନାହିଁ କାହିଁ ଆଉ ସେ ସାମ୍ବାଦିକତା

ନାହିଁ ରାଜନୀତିରେ ପବିତ୍ରତା

ନାହିଁ ସେବା କର୍ମେ ନିସ୍ୱାର୍ଥପରତା

ସବୁ ଘଟେ କାହିଁ ମାନସିକତା।।

ଦେଶର ଦୁର୍ଗତି ପ୍ରାଣୀଙ୍କର ଦୁଃଖ

କିଏ ସେ ଫେଡ଼ିବ ଦେବ ଯେ ସୁଖ।।

ତୁମେ ଗୋପବନ୍ଧୁ ଫେରି ଆସିବଟି

ତୁମକୁ ଲୋଡ଼େଟି ଏ ଦେଶ ମାଟି।।

 

 

 

Related posts

ମୋ ଗାଁ ତମାଳ ବନ mo gaon tamal ban

satya

ମନ ପାରା mana para

satya

ପୀଡ଼ା ହୟାନ୍ତକ

satya

Leave a Comment

Login

X

Register