Satya Prakash
କବିତା

ଉପଦ୍ରବୀ fani

ଆସୁଛିରେ ଭାଇ ଫନି ତ ଆସୁଛି
ପ୍ରଳୟଙ୍କରୀ ତା ରୂପ
ଶୁଣି ଶୁଣି ମନେ ଛନକା ପଶୁଛି
ସତେ ଭୟଙ୍କରୀ ହେବ।। 1
କେମିତି ଲଢ଼ିବା ପ୍ରକୃତି ସାଙ୍ଗରେ

ବୁଦ୍ଧି ବାଟ ଦିଶୁ ନାହିଁ
ତଥାପି ରହିବା ସତର୍କ ହୋଇଣ
ବିପଦ ଯିବ ଯେ ଟଳି।। 2
ଆସନ୍ତୁ ସମସ୍ତେ ସଚେତନ ହେବା
ସମ୍ଭାବ୍ଯ ବିପଦ ଦେଖି
ପରସ୍ପରେ ଆମେ ସହଯୋଗିତାର
ହାତ ଯେ ଦେବା ବଢାଇ।। 3
ସରକାର ଆମ କଲେଣି କେତେ ଯେ
ଆଗୁଆ ବ୍ୟବସ୍ଥାମାନ
ଖାଦ୍ୟ ପଦାର୍ଥଟି ରାନ୍ଧି ରଖିଛନ୍ତି
ଦେଖି ପରିସ୍ଥିତି ବାମ।। 4
ପ୍ରକୃତି ସଙ୍ଗରେ ଲଢ଼ିବା ସତରେ
ନୂହେଁ କି ବଡ଼ ଆହ୍ଵାନ
ତଥାପି ହିମ୍ମତ ହାରିବାନି ଆମେ
କରିବା ଯେ ସମ୍ମୁଖୀନ।। 0

Related posts

ପ୍ରଣାମୀ

satya

ବନୀକରଣ

satya

ପ୍ରେରଣାର ଉତ୍ସ

satya

Leave a Comment

Login

X

Register