Satya Prakash
କବିତା

ଚରମପତ୍ର

ଚରମପତ୍ର
—–କବି ସତ୍ୟ ପ୍ରକାଶ
ଆହେ ନେତାଗଣ ଘେନା କର ଟିକେ
ଦେଉଛି ଚରମପତ୍ର
ଲୁଟି ସାରିଲଣି ଲୁଟିବାର ଥିଲା
ଏତିକି କହିବି ମାତ୍ର୍।। 1
ରାଜ ନେତା ତୁମେ ଖାଲି କରି ଦିଅ
ଏବେ ରାଜ ଦରବାର
ଦେଖ ତୁମେ ଦେଇ ଶାସିତ ହାତରେ

ଥରୁଟେ ଶାସନ ଭାର।। 2
ଗଣତନ୍ତ୍ର କହି ଦୁନିଆ ଆଗରେ
ଡିଣ୍ଡିମ ପିଟୁଛ କେତେ
ଅସଲରେ କିନ୍ତୁ କ୍ଷମତା ଲାଳସା
କାହିଁକି ରହିଛି ଏତେ।। 3
ତୁମେ କି ଏକାକୀ ଶାସନ କରିବ
ଆଉ ସବୁ ବତୀ ପେଲା
ଜୀବନ ତମାମ ଲୁଟିଛ କେତେ ତ
ସବୁ ହେବ ଦିନେ ମେଲା।। 4
ଏଇଠି ରହିଲା କଥାଟି ସରିଲା
ବେଳ କାଳ ଯେବେ ଆସେ
ପୁଣି ସେବେ ଆମେ କଥା ନିଶ୍ଚେ ହେବା
ଡଙ୍ଗା କିନ୍ତୁ ଏବେ ଭାସେ।। 0

Related posts

ଥୁକୁଲ ମାରିବା ବାକି

satya

ନିସ୍ତାର କାହିଁ

satya

କୁମାର ପୂର୍ଣ୍ଣିମା

satya

Leave a Comment

Login

X

Register