Satya Prakash
କବିତା

ଷୋହଳ ବୟସୀ

ନିଜ କବିତାଟି ନିଜକୁ ଦୁର୍ବୋଧ

କେତେବେଳ ସୁଖ ପାଠ୍ଯ

ଆଉ ବେଳକୁ ତ ନୁହେଁ କେହ୍ନେ ଠିକ

ମନସ୍ବିନୀ କାହୁଁ ଥୟ ।।

ଯେପର୍ଯ୍ୟନ୍ତ ନୂହେଁ କବି ପ୍ରାଣ ମୋର

କେବେ ହେଁ ମନ୍ତ୍ର ମୁଗ୍ଧ

ସେ ଯାଏଁ କବିତା ରହେ ଅସମ୍ପୂର୍ଣ

ଚେଷ୍ଟା କିନ୍ତୁ ଅବିରତ।।

କବିତା ରାଣୀ ବି ଭାରି ଇଚ୍ଛାମତୀ

ଯେତେ ଶାଢୀ ପାଟ ମଠା

ସୁସଜ୍ଜ ସଜାଏ ମାନେ ନା ତା’ ମନ

ପୁଣି ଥରେ ସାଜେ ସଜ୍ଜା।।

ଅନୂଢ଼ା ତରୁଣୀ ଷୋହଳ ବୟସୀ

କବିତା ମୋ ରୂପବତୀ

ସ୍ପର୍ଶ ଆକାଙ୍କ୍ଷୀ ବିଦଗ୍ଧ ପାଠକେ

ବାଟ ଝୁରି ରହେ ନିତି। ।

 

Related posts

ସାହିତ୍ୟ ସଭା

satya

କରିଦେ ଲାଘବ

satya

ଦେନ୍ଯ

satya

Leave a Comment

Login

X

Register