Satya Prakash
  • Home
  • କବିତା
  • ତୁମେ କି ବନ୍ଧୁଟି ବନ୍ଧୁ ପ୍ରିୟ ସଖା
କବିତା

ତୁମେ କି ବନ୍ଧୁଟି ବନ୍ଧୁ ପ୍ରିୟ ସଖା

ତୁମେ କି ବନ୍ଧୁଟି ବନ୍ଧୁ ପ୍ରିୟ ସଖା

ବନ୍ଧୁର ମହିମା ମଣି

ପାକିସ୍ଥାନେ ଦେଲ ବନ୍ଧୁତ୍ୱର ହାତ

ଶତୃ ବୋଲି ପୁଣି ଜାଣି।।1

ତରକ ଶାସ୍ତ୍ରରେ ନିପୁଣ ଥିଲ କି

ପାର୍ଲାମେଣ୍ଟ ପରା ରଡ଼ି

ବିରୋଧୀ ବାଲାଏ ହୁଅନ୍ତି ଛାନିଆ

ଦେଖି ତୁମ କରାମତି।।2

ଭାଷଣେ ସ୍ପଷ୍ଟତା କଥନେ ଦୃଢତା

ମୁଖେ ଥିଲା ଶ୍ରୀଚନ୍ଦନ

କେଡ଼େ ମହାନତା ଥିଲା ତୁମ ଗୁଣ

ଭାବିଲେ ବିସ୍ମିତ ମନ।। 3

ସଂଗ୍ରାମୀ ପୁରୁଷ ତୁମେ କି ଅଟଳ

ଦଳକୁ ନଥିଲା ନାମ

ଦେଲ ଦିନେ ପରା କେଡ଼େ ଗୋଟେ ନାମ

ବିଜୟର ଧ୍ଵଜା ଟାଣ।। 4

ଭାରତ ସୁରକ୍ଷା ଚିନ୍ତା ଯେବେ ଘାରେ

ପରମାଣୁ ପରୀକ୍ଷଣ

କର ପୋଖରାନେ କେବେ ପୁଣି ଗୁପ୍ତେ

କି ବୁଦ୍ଧି ସେ ବିଚକ୍ଷଣ।। 5

କାରଗିଲ ଯୁଦ୍ଧେ ଭାରତ ସେନାର

ମନୋବଳ ଦୃଢ଼ କର

ଦେଶର ବିଜୟ ସୁନିଶ୍ଚିତ ହେଲା

ବାନା ଉଡ଼େ ଫରଫର।। 6

ଭାରତ ଦେଶର ରାଷ୍ଟ୍ର ଭାଷା ପ୍ରୀତି

ଗଭୀର କି ସେ ତୁମଠିଁ

ହିନ୍ଦୀର ଭାଷାରେ ଭାଷଣ ଲାଳିତ୍ୟେ

ରଖ ପରା ଜେନିଭାଠିଁ।। 7

ତୁମରି ଧୀଶକ୍ତି ବାଗ୍ମିତା ପଣିଆ

ନିଖୁଣ ପୁଣ କବିତ୍ଵ

ଏ ଦେଶ ଜନତା ରଖିଥିବ ସଦା

ମନେ ହେଜି ସେ କୃତିତ୍ଵ।। 8

ଏଡ଼େ ଗୁଣଗ୍ରାହୀ ଥିଲ ପରା ତୁମେ

କି କାରଣେ ଆଜି ଲୁଚ

କେଉଁ ସେ ରାଇଜେ ମିଳିବ ତୁମକୁ

ଆଉ ସେ ଆସନ ଉଚ୍ଚ।। 9

ତୁମ ଗୁଣ ଗାନ ନୁହଁଇ ମୋ କର୍ମ

ତଥାପି ପାରୁନି ରଖି

ତୁମରି ନାମଟି ମୁଖରେ ନନେଲେ

ହେଉନି କବିତା ଲେଖି।। 10

ନୟନରୁ ଢାଳି ଅଶ୍ରୁ କେଇ ବୁନ୍ଦା

ତୁମେ ଦିଏ ଶ୍ରଦ୍ଧାଞ୍ଜଳି

ଏ ଦେଶ ପ୍ରତିଟି ନହୋଇ ବିମୁଖ

ଶ୍ରଦ୍ଧା ରଖିଥାଅ ଭରି।। 0

 

 

 

 

Related posts

କରୋନା

satya

ଜୀବନଟା ସାରା whole life

satya

ଦୁର୍ଗତିନାଶିନୀ durgatinadini

satya

Leave a Comment

Login

X

Register