Satya Prakash
କବିତା

ଏମିତି କେମିତି ହୁଏ

ଏମିତି କେମିତି ହୁଏ?
ଏମିତି କେମିତି ବିପରୀତ ହୁଏ
ଥିଲେ ହାତ ଛଡ଼ା କରେ
ନଥିଲେ ମଣିଷ ଘୂରି ସାରି ହୁଏ
ପାଇବା ଆଶାରେ ଘୂରେ।। 1
ଏମିତି କେମିତି ହୁଏ?
ମଧ୍ୟାହ୍ନର ଜାଳ ଥମୁ କି ନଥମୁ
ଲୋଡେ ଛାୟା ସୁଶୀତଳ
କିନ୍ତୁ ବୟସର ଅପରାହ୍ଣରେ
ଖୋଜେ ସେ ବାଲ୍ଯ ସକାଳ।।2
ଏମିତି କେମିତି ହୁଏ?
ଜୀବନଟା ସତେ ସୁଖ ପାରାବାର

ନା ଦୁଃଖର ଅମା ନଦୀ
ପାରୁନି ମୁଁ କିଛି ସତରେ ସେ କଳି
କାହିଁ ଶୁଖେ ଦୟା ନଦୀ।। 3
ଏମିତି କେମିତି ହୁଏ?
ମରିଗଲା ପରେ ସରି ଯାଏ ସବୁ
ଭୁଲି ଯାଏ ଭୋକ ଶୋଷ
ନା ରହେ ଶରୀର ନା ରହେ ଜୀବନ
ଛାଡ଼ିଯାଏ ଅବଶେଷ।। 4
ଏମିତି କେମିତି ହୁଏ?
ଜୀବନଟା ଏକ ଅସାର ବେପାର
ସାକାର ହେଉନି କିଛି
ପ୍ରାପ୍ତିରେ ଆଶାରେ ନିରାଶାର ଛାୟା
ଦଣ୍ଡକେ ଘୋଟି ଯାଉଛି।। 5
ଏମିତି କେମିତି ହୁଏ?
ଏମିତି ଅନ୍ଧାର ଆଲୁଅର ଖେଳ

ସବୁବେଳେ ଚାଲିଥାଏ
ବେଳେ ଖରା ହେଲେ ଆଉ ବେଳେ ଛାଇ
ଜୀବନ ନଇଁ କି ଯାଏ।।
ଏମିତି କେମିତି ହୁଏ?
ଏମିତି କେମିତି ହୁଏ??
ଏମିତି କେମିତି ହୁଏ???

Related posts

ମୁକ୍ତି ଗଙ୍ଗା

satya

କୁମ୍ଭୀର ଓ ଗଜ

satya

International museum day

satya

Leave a Comment

Login

X

Register