Satya Prakash
Uncategorised

ଓଜନ ସ୍ତର

ଓଜନ ସ୍ତର
By ସତ୍ୟ ପ୍ରକାଶ ସେଠୀ
ମୋଣ୍ଟରିଲ ଚୁକ୍ତି ଅନୁଯାୟୀ ପରା
ଆରୋଗ୍ୟ(heal) କରିବା ଆମେ
ଓଜନ ସ୍ତର ଯେ କମୁଥିଲା ବେଳେ
ପ୍ରତିକାର କଥା ଯମେ।।
ବାୟୁ ମଣ୍ଡଳରେ ମୁଖ୍ୟ ବୈଭବ ଯେ
ଓଜନ ସ୍ତରଟି ଜାଣେ
ଯାହାର ସୁରକ୍ଷା ହୋଇ ନପାରିଲେ
ବିପଦ ଆସିବ ପଣେ।।
ସୂର୍ଯ୍ୟଠୁଁ ଆସଇ ଅତି କ୍ଷତିକର
ଅଲଟ୍ରା ଭାଓଲେଟ ରଶ୍ମି
ରୋଗ ଯହୁଁ ସ୍ରୁଷ୍ଟି ରୋକି ପାରେ ତାକୁ
ଇଶ୍ୱରଙ୍କ ଏହି ସ୍ରୁଷ୍ଟି।।
ସେହି ସ୍ତର ଯଦି ପ୍ରଦୂଷଣ ଦ୍ଵାରା
ବିଲୀନ ଭଜିବା ସାର
ରୋଗ କୂପେ ପଡ଼ି ହନ୍ତସନ୍ତ ହେବା
ନିଶ୍ଚୟ ଅଟଇ ସ୍ଥିର ।
ବାୟୁ ମଣ୍ଡଳକୁ ପରିତ୍ୟାଗ କରେ
ବିଷାକ୍ତ ପଦାର୍ଥ ମାନ
ଫଳରେ ଛିଦ୍ରାଳ ଓଜନ ସ୍ତରରେ
କ୍ଷତି ଗ୍ରସ୍ତ ହେବ ପ୍ରାଣ।।।
ଆସ ଆଜି ଆମେ ସଂକଳ୍ପ କରିବା
ସଚେତନ ଟିକେ ହେବା
ବେପରୁଆ ଭାବ ପରିତ୍ୟାଗ କରି
ସୁରକ୍ଷା ଚିନ୍ତା କରିବା।।
Happy ozone day
16/9

Related posts

ଶବ୍ଦ ଯୁଗଳ

satya

ଇଏ ବି ଗୋଟେ ବାବା

satya

ପ୍ରାଥମିକ ଚିକିତ୍ସା

satya

Leave a Comment

Login

X

Register