Satya Prakash
Uncategorised

ଶାନ୍ତି

ଶାନ୍ତି ଦିବସ 21/9
By ସତ୍ୟ ପ୍ରକାଶ ସେଠୀ
ଯୁଦ୍ଧ ବିରତିକୁ ଶାନ୍ତି ଓ ଅହିଁସା
ଆହ୍ଵାନ ଜାତି ସଂଘର
ଆଜିର ଏ ବିଶ୍ଵ ଶାନ୍ତି ଦିବସରେ
ଶାନ୍ତି ପାଇଁ ଦିଅ କର।।
ଆହେ ବିଶ୍ଵବାସୀ ପରିଜନ ବର୍ଗ
ଶାନ୍ତି ବିନା ନାହିଁ ଗତି
ଶାନ୍ତିରେ ରହିଣ ଶାନ୍ତିର ପିୟୁଷ
ପାନ କର ଧୀରମତି।।
ଶାନ୍ତି ପରି ଏକ ଅମୋଘ ଅସ୍ତ୍ରରେ
ଅଶାନ୍ତି ଯିବ ଯେ ଟଳି
ଅହିଁସା ମନ୍ତ୍ରରେ ଅଭିଭୂତ ବିଶ୍ଵ
ସେଇ ପଥେ ଯିବା ଚଳି।।
ଚାଇନା ପରିକା ବିସ୍ତାରବାଦୀ ଯେ
ବୁଝେ ନାହିଁ ଏହି କଥା
ପର ରାଷ୍ଟ୍ର ଭୂଇଁ ହଡ଼ପ ଚିନ୍ତାରେ
ଘାରି ହେଉଛି ଅଯଥା।।
ଭୟଙ୍କର ହେବ ପରିଣତି ଦିନେ
ବିଶ୍ଵ ଯୁଦ୍ଧ ଲାଗି ପାରେ
ସ୍ରୁଷ୍ଟି ସଂରଚନା ବିଲୋପ ପୂର୍ବରୁ
ରୋକିବା ତାଙ୍କୁ ତ ଖରେ।।

Related posts

ଅନନ୍ତ ଚରଣ

satya

ପାଇଚ୍ଛା

satya

ସାକ୍ଷରତା ଦିବସ

satya

Leave a Comment

Login

X

Register