Satya Prakash
କବିତା

କବିତା ଦଅଣା

ଦିବାକରର ଅତି ପ୍ରଚଣ୍ଡ ଔଜ୍ଜଲ୍ୟରେ

ଲଣ୍ଠନର ମିଞି ମିଞ ଆଲୁଅ ଯେସନେ

କ୍ଷୀଣ ନିଷ୍ପ୍ରଭ ଭାତି ପ୍ରତୀତ ହୁଏ ପ୍ରାୟେ

ଅତୁଳ କବିତା ମୋର ଅପାଂକ୍ତେୟ ବୋଧେ।।

ମିଟି ମିଟି କ୍ଷୁଦ୍ର ଜୁଳଜୁଳିଆ ପୋକର

ଆଲୋକ ପରାଏ ସେ କାବ୍ୟ କୃତି ମୋହର

କାବ୍ୟ ଦରବାରରେ ନିହାତି ଅନାହୃତ

ଏଥକୁ ପାଠକ ମହଲରେ ଅନାଦୃତ।।

ତଥାପି କବିତା ଲେଖେ ଲେଖନୀଟା ଯେଣୁ

ମାନେନା ବାଧା ବନ୍ଧନ ଅତିକ୍ରମେ ସବୁ

ଅଧୀତ ରଖିବା ହେଉ ମତାମତ ସେହୁ

କବିତା ଦଅଣା ମୋ ସୁବାସିତ ହେଉ । ।

ହେ ଜ୍ଞାନୀ ଗୁଣୀ ପଣ୍ଡିତ ସୁଜ୍ଞାନୀ ମଣ୍ଡଳ

ଲେଖିବା କି ପରିଚୟ ସମୟ କହିବ?

SATYA PRAKASH SETHY

Related posts

ଦମା

satya

ହସ ଖୁସି ପରିବାର

satya

କରନି ମୋତେ ତୁ ନି ସ୍ଵ

satya

Leave a Comment

Login

X

Register