Satya Prakash
କବିତା

ବିଦାୟ ବେଳାରେ ମାଗୁଛି ମେଲାଣି

ସଭିଏଁ ଯାଆନ୍ତି ଏଠି ଏକାପରି

ନୟନରୁ ଅଶ୍ରୁ ଢାଳି

ପାରିବେନି ଯେଣୁ ରହି କେହି ପୁଣି

ସବୁକାଳ ସାଥୀ ହୋଇ। ।

ତଥାପି ପାଲଟେ ନୟନାଶ୍ରୁ ତବ

ଶତ ବୃଶ୍ଚିକ ଯନ୍ତ୍ରଣା

କେମନ୍ତ ସହିବି କହି ଯା’ନ୍ତ ବାରେ

ଉପାୟଟା ଯେବେ ଜଣା ।।

ହସି ହସି ଦିଅ ମାଗୁଛି ମେଲାଣି

ରହିଥାଉ ମୋର ପଣ

କଥା ଦିଅ ବନ୍ଧୁ ବିଦାୟ ବେଳାରେ

ଦେଉଛି ଗୋ! ତୁମ ରାଣ।।

ଭିଡ଼ାଭିଡ଼ି କେବେ ଭେଟାଭେଟି ଅବା

ହୁଏ ପୁଣ ଛଡ଼ାଛଡ଼ି

ଚାଲିଥାଏ ସଦା ସେ ତ ଏହିଭଳି

ସୃଷ୍ଟି ନିୟମାନୁବର୍ତ୍ତୀ।।

କ୍ରନ୍ଦନ ରୋଳରେ ନାହିଁ ପ୍ରୟୋଜନ

ନାହିଁ ହୋ ହଲ୍ଲାରେ ଲାଭ

ହସି ହସି ଏଥୁଁ ଗାଇଯାଅ ତେଣୁ

ଜୀବନର ମହାବେଦ।।

ତେବେ କଥା ଦିଅ ପୁଣି ଯେବେ ହେବ

ତୁମ-ଆମ ଭେଟାଭେଟି

କ୍ଲାନ୍ତ ବାଟୋଇର ଅସରନ୍ତି ପଥେ

ହସି ପଦେ କହିବଟି ।।

ଆଉ କିଛି ମୋର ନାହିଁ ପ୍ରୟୋଜନ

ନା ଥିଲା ତୁମଠି କେବେ

ଖାଲି ହସି କୁହ ମନୁ ମୋ ପାଶୋରୁ

ଦୁଃଖ ଅବସାଦ ଯେତେ।।

Related posts

ଆମ ଗାଁ ହାଲଚାଲ

satya

ଆନ୍ତର୍ଜାତିକ ଲେଭେଲ କ୍ରସିଂ ସଚେତନ ଦିବସ

satya

ଅଟଳ ମହାମେରୁ

satya

Leave a Comment

Login

X

Register