Satya Prakash
କବିତା

କରନି ମୋତେ ତୁ ନି ସ୍ଵ

ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି

ଭାଇକୁ ପାଇଲି ନାହିଁ

ପରିବାର ବୋଲି କେତେ ଘୂରିସାରି

ଦେଖା ଦେଲେ ନାହିଁ କେହି। ।

ସାଙ୍ଗ ସାଥୀ କଥା ପଚାରି କି ଲାଭ

ଦୁନିଆଟା ବେଇମାନି

ସଖା ପରିଜନ ବନ୍ଧୁ ବାନ୍ଧବ ତ

ସବୁ ହେଲେ ଧୋକା ବାଜି। ।

କାହାକୁ ନେଇ ଯେ କରିବି ସଂସାର

ପୃଥିବୀଟା ବିଷପିତା

ବୁଦ୍ଧିବାଟ କାହିଁ ନାହିଁ ଦିଶୁ ଅଛି

କେଣେ ଯେ ପାତିବି ମଥା ।।

ଏକଲା ଚାଲରେ ମନ୍ତ୍ରରେ ଦିକ୍ଷିତ

ହେଲେ ପାଉ ନାହିଁ ମୁକ୍ତି

ଦେହ ହାତ ସବୁ ଅବଶ ହେଲାଣି

କେଣେ ପାଉ ନାହିଁ ଶକ୍ତି।।

ଏଥକୁ କାଳିଆ ତୁହି ମୋର ଶେଷ

ତୋତେ ମୁଁ କରିଛି ବିଶ୍ଵ

ଯେଣିକି ମୋଡ଼ିବୁ ତେଣିକି ଚାଲିବି

କରନି ମୋତେ ତୁ ନି ସ୍ବ।।

Related posts

ମଧୁ ବାରିଷ୍ଟର

satya

କିଛି ଜାଣ ନାହିଁ ତାତ

satya

Krushna ସାର୍ – ଏକ ଆକଳନ

satya

Leave a Comment

Login

X

Register