Satya Prakash
କବିତା

ଯମଜ ଭ୍ରାତା

ଦୁଃଖ ହିଁ ମୋହର ତ ଯମଜ ଭ୍ରାତା

ପାରୁନି ସେ ମୋତେ ଛାଡ଼ି

ମୋ ଜୀବନ ପରିବୃତ୍ତ ଭିତରେ ଯେ

ଅହରହ ବୁଲେ ଘୂରି ।।

ତେଣୁ ରଖିନି ମୁଁ ସୁଖଟି ଆଦର

ଭ୍ରାତୃ ଧର୍ମଟା ସେ ପାଳି

ହେଲେ ଭାଇ ବାଦ ହେଲାଣି ଅସହ୍ୟ

ତା’ଜାଳା ପାରୁନି ସହି ।।

ତହୁଁ ବିଭୁ ପ୍ରେମେ ରଖେ ସଦା ଲୟ

ରଖିଲେ ରଖିବ ହରି

ତାରିଲେ ତାରିବ ଫେଡ଼ି ଯମ କଷ୍ଟ

ନାହିଁ ଯେଣୁ ଅନ୍ୟ ଗତି।।

WRITTEN BY

SATYA PRAKASH SETHY

Related posts

ଜୀବନ ଯାତ୍ରା ଓ ଅଟଳ – ଏକ ଆଲେଖ୍ୟ

satya

ଘଞ୍ଚ ବନାନୀ

satya

ଭେଳିକି

satya

Leave a Comment

Login

X

Register