Satya Prakash
କବିତା

ମୁଁ – ଏକ ଅନ୍ୱେଷଣ

ମୁଁ – ମୁଁ କିଏ?

ମୁଁ – ଅତୀତ? ବର୍ତ୍ତମାନ?? ଭବିଷ୍ୟତ???

ମୁଁ -ଏକ ଅନ୍ୱେଷଣ

ସମସ୍ତ ଖୋଜ୍ ର ଅନ୍ତରାଳେ

ମୁଁ କି ଚିର ଭାସ୍ବର

ଯାହାକୁ ଖୋଜିଛି ମଣିଷ

ମୁଁ କି ସେହୁ ଏକ ଅଭିନ୍ନ

ଯାହାର ନାହିଁ ଆଦି ଅନ୍ତ

ନାହିଁ ପୁଣି ନିର୍ଦ୍ଦିଷ୍ଟ ଉତ୍ତର

ମାନବେ କିନ୍ତୁ ନାନା ଭାତି ଅଭିହିତ

କେତେବେଳେ ଅବା କେଉଁ ରୂପ

ମଣିଷକୁ ସହଜେ ହୁଏନି ପ୍ରତିଭାତ

ହେଲେ ସମସ୍ତଙ୍କ ହୃଦେ ଯେ ସ୍ଥିତ

ଅନ୍ୟତ୍ର ଖୋଜିଲାଠୁଁ କି ନିଖୋଜ

କେବଳ ଝାଙ୍କିଲେ ଅନ୍ତର୍ଦୃଷ୍ଟି  ଦେଇ

ମୁଁ ହୁଏ ସଦା ପ୍ରତିଭାତ

ମୋଠିଁ ଯେହୁ ରଖେ ପ୍ରୀତି

ତା ‘ଠାରେ ମୋର ଆଦର

ମୁଁ ଏକ ଅସମାହିତ ପ୍ରଶ୍ନ

ସମାଧାନର ପନ୍ଥା ନିରୂପଣ

ସତେବା ଦୁରୁହ ବେପାର

ତେଣୁ ମୁଁ କି ମୋର ଉତ୍ତର

 

 

Related posts

ଦୟା ନଦୀ କୂଳେ daya nadi kule

satya

ଗଙ୍ଗ ଶିଉଳୀ

satya

World AIIDS Vaccine day

satya

2 comments

Sumati roul 2nd September 2018 at 6:56 pm

Bhola lagila

Reply
satya 5th September 2018 at 9:42 am

Many many thanks

Reply

Leave a Comment

Login

X

Register