Satya Prakash
କବିତା

ଗୁରୁ ଦିବସ

ହେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନନ

ତୁମ ଜନ୍ମ  ଦିବସଟି

ତୁମେ ଉତ୍ସର୍ଗୀକୃତ ରଖିଗଲ ଯେଣୁ

ଯଶ କିର୍ତ୍ତୀ ଗୌରବଟି।।1

ଶିକ୍ଷା କ୍ଷେତ୍ରେ ଆଣି ନାନା ପରିବର୍ତ୍ତନ

ଶିକ୍ଷା ମାନ ବଢାଇଲ

ତୁମେ ରାଜନେତା ଛାତ୍ରବତ୍ସଳ ଯେ

ଶିକ୍ଷାବିତ୍ ଦାର୍ଶନିକ।। 2

ତୁମ ଜନ୍ମ୍ ଦିନ ବିଶ୍ଵ ଗୁରୁ ଦିନ

ରୂପେ ପାଳିତ ବିଶ୍ୱରେ

ଭାରତୀୟତାର ଜୟଗାନ ହେଲା

ଧନ୍ଯ ଗୁରୁ କୂଳ ତୁମେ।। 3

ଗୁରୁ ସମାଜର ଶ୍ରେଷ୍ଠ ବିଭବଟି

ଯାହା ହାତ କରଣୀରେ

ଗଢ଼ା ପରା ଦେଶ ଭବିଷ୍ୟତ ପିଢି

ତାହାଙ୍କୁ ସମ୍ମାନ କରେ।। 4

ହେ ଛାତ୍ରବତ୍ସଳ ଶିକ୍ଷକ ସାମାଜ

ଦେଶକୁ ତୁମେ ଜରୁରୀ

ଛାତ୍ର ସମାଜକୁ ଉଦ୍ଭାସିତ କର

ଆଲୋକ ବର୍ତ୍ତିକା ଜାଳି।। 0

 

Related posts

ତମାଖୁ

satya

ନା ଲୋ ବୋଉ!

satya

International museum day

satya

2 comments

Sumati roul 5th September 2018 at 4:52 pm

ବହୁତ ସୁନ୍ଦର ।

Reply
satya 6th September 2018 at 9:14 am

ଅଶେଷ ଧନ୍ୟବାଦ

Reply

Leave a Comment

Login

X

Register