Satya Prakash
କବିତା

କଲମ ବଲମ

କଲମର ଶକ୍ତି କେ ପାରିବ କଳି

ଅଶୀ ଠାରୁ ମହାବଳୀ

ଅଚିରେ ଲଭଇ ପରାଜୟ ପରା

ହେଉ ଯେତେ ଶକ୍ତିଶାଳୀ।। 1

ଯେତେ କୁହ କଥା ନାହିଁ ତା’ର ଦାମ୍

ମୂଲ୍ୟବାନ୍ କିନ୍ତୁ ଲେଖା

ତେଣୁ କୁହଯାଏ ବେଙ୍ଗଲୀ ଭାଷାରେ

ଶୋ ବକା ଏକ୍ ଟା ଲେଖା।। 2

କେତେ ମହାରାଜା ରାଜା ଯାଇଛନ୍ତି

କଲମ ମୁନରେ ଟଳି

ଗର୍ବ ଅହମିକା ସବୁ ଯାଏ ସିଏ

ମାଟିରେ ପରା ମଉଳି।। 3

ଲେଖନୀ ମୁନର ବଳ ଅପ୍ରମିତ

କରୀ ସମ ବଳ ଭାରି

ପାରି ନାହିଁ କେହି ପାରିବ ନାହିଁଟି

ତା’ର ବଳ କ୍ଷୂର୍ଣ୍ଣ କରି।। 4

ଯେବେ ସମାଜର ବିପର୍ଯ୍ୟୟ ଅତି

କଲମ ବଲମ ଆସେ

ଘୋର  ବିପତ୍ତିରୁ ଉଦ୍ଧାର କରିଣ

ଶତୃ ବିନାଶିନ ହସେ ।।5

ଯିଏ ଧରିଥାଏ କଲମଟି ଜାଣ

ସେହି ଏକା ଜ୍ଞାନୀ ଜନ

ଖଣ୍ଡା ଧରିଥିବା ଲୋକ ଟାଣ ପଣ

ଏଥୁଁ ଅସଫଳ ମନ ।।6

ବିସ୍ମୃତ ଲଭଇ ସମୟ ଗରଭେ

ନାହିଁ ଯା ‘ଲେଖନୀ କରେ

କଲମଧାରୀଟି ସର୍ବ କାଳ ଜୟୀ

ଆଜି ବି ତା ନାମ ଝୁରେ।। 0

Related posts

ମୁଁ କାଁ ଭଲ ପାଏ

satya

ଉତ୍କଳମଣି Gopabandhu

satya

ପଶୁ ଓ ମଣିଷ

satya

Leave a Comment

Login

X

Register