Satya Prakash
କବିତା

ପ୍ରେମ ପାଠ ଦୁଇଟି ଅକ୍ଷର

ପ୍ରେମ ପାଠ
—-by ସତ୍ୟ ପ୍ରକାଶ
ପ୍ରେମ ପାଠ ବୋଲି ଦୁଇଟି ଅକ୍ଷର
ଗୋଟିଏ ହେଲାନି ଶିକ୍ଷା
ମୂରୁଖ ପହ୍ଲରେ ମୂରୁଖ ମୁଁ ହେଲି
କାହାଠୁଁ ନେବି ଯେ ଦିକ୍ଷା।। 1
ଜୀବନ ଯୌବନେ ପ୍ରେମ ମୁଁ ଯେ କଲି
ପ୍ରେମ ମୋ ଦ୍ଵାରା ହେଲାନି
ପ୍ରେମ ବ୍ୟାପାରରେ ଏକାନ୍ତ ମଫ ମୁଁ
ଟୋକି ଗୋଟେ ପଟିଲାନି।। 2
ପତ୍ନୀ ସଙ୍ଗେ ରଖିଲି ଭାବ ଯେ
ପତ୍ନୀ ମୋର ହେଲା ନାହିଁ
ଦୂର ଦୂର କରି ଗୋଡ଼ାଇ ଖାଉଛି
ଭିଣି ଭିଣି ସଦା କାହିଁ।। 3
ଛୁଆ ପିଲାଙ୍କୁ ତ ସ୍ନେହ ଶ୍ରଦ୍ଧା ଦେଲି
ମୋ ପଟିଆ କେହି କୁହେ?
ମାଆ ମାଆ ବୋଲି ଗୋଡ଼ାନ୍ତି ସମସ୍ତେ
ମାଆ କଥା ସଦା ରହେ।। 4
କାହାକୁ ନେଇ ଯେ କରିବି ମୁଁ ଘର
ଭ୍ରମୁ ଅଛି ଖାଲି ଭ୍ରମେ
ତୁମକୁ କଲି ଯେ ଏତେ ଅନ୍ତରଙ୍ଗ

ତୁମ ହିସାବରେ ତୁମେ।। 5
ଭଲ ପାଇବାରେ ରହିଲା କି ଭୁଲ
ଭଲ ପାଇ ଯାଏ ଠକି
ବାଉଳି ହେଉଛି ବିଶ୍ବାସ ପାଉନି
ଯାଉଛି ମୁଁ ଖାଲି ବକି।। 0

Related posts

ଗାଡ଼ିଆ ଓ ନଦୀ

satya

ନବରାତ୍ରି ଓ ନବ ମାତା ପୂଜନ nabaratri

satya

କ’ଣ ହେଲା କି ହୋ!

satya

Leave a Comment

Login

X

Register