Satya Prakash
କବିତା

କୃତଜ୍ଞତା

କୃତଜ୍ଞଟି ମୁହିଁ ପିତାମାତା ପାଇଁ

ଯତ୍ନଶୀଳ ହେବା ଶିଖି

ତାଙ୍କ ହାତ ଧରି ଚାଲଇ ଯେ ବାଟ

ପାରୁନି ସେ ରୁଣ ସୁଝି।। 1

କୃତଜ୍ଞଟି ମୁହିଁ ସାଧୁ ସନ୍ଥ ପ୍ରତି

ଉଦାସୀନ ଯା’ର ଭାବ

ନାହିଁ ତା’ ଆବେଗ ନିରୁତ୍ସାହିତ ସେ

ସୁଖ ଦୁଃଖ ସମଭାବ।। 2

କୃତଜ୍ଞଟି ମୁହିଁ ମୋ ଗୁରୁଜୀ ପାଇଁ

ଶକ୍ତି ସାମର୍ଥ୍ୟଟି ଅର୍ଜି

ଦୁନିଆର ଆଗେ ଭରସି କହିବା

ଯା’ ଠୁଁ ଶିଖିଲିଟି ମୁଇଁ ।।3

କୃତଜ୍ଞଟି ମୁହିଁ ବନ୍ଧୁଟିର ପାଇଁ

ସୁଖ ଦୁଃଖ ଫେଣ୍ଟା ଫେଣ୍ଟି

ଦେଇନି ଦୁଃଖ ସେ ଭୋଗିବାକୁ ମୋତେ

ସବୁ ସେ ନେଇଛି ବାଣ୍ଟି।। 4

କୃତଜ୍ଞଟି ମୁହିଁ ବୃଦ୍ଧ ବୃଦ୍ଧା ପାଇଁ

ଶାନ୍ତଶୀଳା ଯା’ ର ଚିତ୍ତ

ତା ‘ର ଲାଗି ମୋର ବଦଳି ପାରିଛି

ଏଥୁଁ ଜୀବନ ବୃତ୍ତାନ୍ତ।। 5

କୃତଜ୍ଞଟି ମୁହିଁ ଯୁବକର ପାଇଁ

କି ଶକ୍ତି ବହନ କରେ

ପାରିବି ମୁଁ କହି ଲଂଘି ଯାଏ ଗିରି

କେଡ଼େ ଉନ୍ମାଦନା ସତେ।। 6

କୃତଜ୍ଞଟି ମୁହିଁ ଶିଶୁଟିର ପାଇଁ

ଶିଶୁ ପରା ଦେବୋପମ

ସରଳ ସୌକର୍ଯ୍ୟ ଯା’ ଜୀବନ ଚର୍ଯ୍ୟା

ସିଏ ନୁହେଁ ମୋର ଭ୍ରମ।।।7

କୃତଜ୍ଞଟି ମୁହିଁ ସମାଜର ପାଇଁ

ତା’ ଠୁଁ ପରା ଦିନେ ଆମେ

ଜୀବନର କଳା ବଞ୍ଚିବାର ଶୈଳୀ

ଶିଖିଥିିଲା ଗୋଟାପଣେ।। 8

କୃତଜ୍ଞଟି ମୁହିଁ  ଏ ଦେଶ ମାତୃକା

ତା ‘ର ଦେଶ ସେବକରେ

ଯା’ ର ଲାଗିି ପରା ଏ ଦେଶ ଜନତା

ସଣ୍ଢା ଟେକି ବାଟ ଚାଲେ ।।0

 

 

 

Related posts

ପ୍ରାଚୀନ ଜୈନ ପୀଠ prachin jain peetha

satya

ବିଦାୟ ବେଳାରେ ମାଗୁଛି ମେଲାଣି

satya

ଜରାଶ୍ରମ

satya

Leave a Comment

Login

X

Register