Satya Prakash
କବିତା

କେହି ଦେଲେ ନାହିଁ ମୂଲ

ଜୀବନ ତମାମ କେତେ ଯେ ଖଟିଲି
କେହି ଦେଲେ ନାହିଁ ମୂଲ
ନିଜର ବୋଲିଣ ଯାହାକୁ ମଣିଲି
ସବୁ କି ଦୂରେଇ ଗଲ।। 1
ଏବେ ବୟସର ଅପରାହ୍ଣରେ
କେଉଁଠି ଥାପିବି ମୁଣ୍ଡ
ଦୂର ଦୂର କରି ଦିଅନ୍ତି ତଡିଣ
ଏମିତିକା ସେ ଯେ ଗଣ୍ଡ।। 2
ଜାଣୁ ନାହିଁ ସେ ଯେ ନିଜର ଭବିଷ୍ୟ
ଆସୁଛି ସେ ପୁଣି କାଲି
ସେଦିନ କାନ୍ଦିବ କା ଗୋଡ଼ ଧରିଣ
ଏ ଦିନ ବୁଝିଲ ନାହିଁ।। 3
କାହିଁକି କହିବି କାହାର ଭବିଷ୍ୟ
ନିଜେ ତ ଭବିଷ୍ୟକାର
ଭବିଷ୍ୟ ଲେଖ କି ଅପରାଧ କିଣ
ନିଜ କାମ ନିଜେ କର।। 4

ବାକି ରହିଗଲା ଖଟଣିର ମୂଲ

କାହାକୁ ମାଗିବି ମୁହିଁ

ଦୁନିଆଟା କି ସେ ସ୍ୱାର୍ଥପର ଅବା

ଚାହିଁଲେନି ମୁହଁ କାହିଁ ? 0
-by ସତ୍ୟ ପ୍ରକାଶ ସେଠୀ –

Related posts

ପଦ୍ମ ଓ ପଙ୍କ

satya

ଫନି

satya

ଆହ୍ଵାନ

satya

Leave a Comment

Login

X

Register