Satya Prakash
କବିତା

ଜଗତ ବେଭାର

Jagat bebhar

ଜଗତ ବେଭାର ନୁହଁଇ ସହଜ

ବୁଝିବା ତହୁଁ ଦୁରୂହ

ଆଜି ଯିଏ ପର କାଲି ସେ ନିଜର

ନିଜେ ତ ନିଜର ନୁହଁ ।।1

ପାରେନି ଏତେ ମୁଁ ପରା ସବୁ ବୁଝି

ହୁଣ୍ଡା ପରି ହୁଏ କାବା

ନିଜ ଭାଇ ଶତୃ ଶତୃ ପୁଣି ମିତ୍ର

ସବୁ ସେ ସମ୍ଭବ କିବା। ।2

ନିଜ ଭଉଣୀ ଯେ ହୁଏ ସାତପର

ପର ସେ ଗଳାର ମାଳି

ଏହି ତ ମହୀରେ ବିଚିତ୍ର ବିଧାନ

କିଏ ସେ ପାରିବ ଟାଳି। 3

ଆଜି ଯିଏ ପରା ଉଦିଆ ଜହ୍ନଟି

କାଲିର ଫୁକିଆ ତାରା

ଆଜି ଦରଫୁଟା କୁନ୍ଦ କଳିକାଟି

କାଲିର ବାସି ମଉଳା ।4

ତ୍ରିତଳ ବାସୀଟି ପାଲଟେ କେବେ ସେ

ପୁଣି ଭିକାରୀ ଦାଣ୍ଡର

ତଥାପି ଭାଗ୍ୟକୁ ହାତ ମୁଠେ ରଖି

ହାସ୍ୟାସ୍ପଦ ହେବା ସାର ।। 5

ଏଠି ଏହି ରୂପେ ନାନା ଭାବେ କେତେ

ପରିବର୍ତ୍ତନ ଯେ ଘଟେ

ଧାଇଁ ଧରଷଣେ ସବୁ ଅସଙ୍ଗତି

ସଙ୍ଗତିର ରୂପ ନିଏ ।।6

ଗୋଟେ ସଫଳତା କଥା ଲେଖୁ ଲେଖୁ

ଅନ୍ୟ ଅସଫଳ ହୁଏ

ଜୀବନ କାହାଣୀ ବରାବର ତୁଟେ

କେଉଁ କାହାଣୀ ଯେ ଲେଖେ।। 0

Related posts

ଦାଢପଣ

satya

ଅକଲ ମୁଣ୍ଡା

satya

ତିନୋଟି ଜିନିଷ three things

satya

Leave a Comment

Login

X

Register