Satya Prakash
କବିତା

ଭୁଲ କି ଭୁଲ

ଭୁଲ କି ଭୁଲ?….
ଭୁଲ କରି ଥିବା ଲୋକ କେବଳ ହିଁ
ଭୁଲ କ’ଣ ଜାଣିଥାଏ
ତେଣୁ ତ ସଫଳ ସେହି ଏକା ବ୍ୟକ୍ତି
ଭୁଲ ଯିଏ କରିଥାଏ।।
ଯେତେ ଯେତେ ବଡ଼ ମହିମାମଣ୍ଡିତ
ଜୀବନରୁ ଶିଖି ଥାଏ
ଭୁଲ ତେଣୁ ନୂହେଁ ଶେଷ ପରିଣତି
ଧର୍ଯ୍ୟ ଧରିବାକୁ ହୁଏ।
ବିପଦ ଆପଦେ ନହୋଇ କାତର
ଭବିଷ୍ୟ ଯୋଜନା କର
ଅତୀତର ହାର ଲେଖିବଟି ଦିନେ
କାହାଣୀ ତ କୃତିତ୍ଵର ।।
ପରିସ୍ଥିତି ଯେତେ ହେଉ ପଛେ ବାମ
କାର୍ଯ୍ୟରେ ହେଳା ନ କର
ଅତୀତର ଦୁଃଖ ଭଜିବ ବିଲୟ
ଏ କଥାଟି ନିଶ୍ଚେ ସାର। ।
ଭୁଲ ପରେ ଭୁଲ କରିବାନି କିନ୍ତୁ
ବରଂ ଯେ ଶିଖିବା ବେଶୀ
ଆଗକୁ ଦେଖିବା ତ୍ରୁଟି ସୁଧାରିବା
ସଫଳ ଗଣିତ କଷି।।
By ସତ୍ୟ ପ୍ରକାଶ ସେଠୀ

Related posts

ନିରୁତ୍ତରିତ ପ୍ରଶ୍ନ

satya

ନୂଆ ବରଷ ବରଷ ଉଣେଇଶି

satya

ଗୀତ ଗୋବିନ୍ଦ ଓ କବି ଜୟଦେବ

satya

Leave a Comment

Login

X

Register