Satya Prakash
କବିତା

ନିଃସର୍ତ୍ତ ବନ୍ଧୁତା

ନିଃସର୍ତ୍ତ ବନ୍ଧୁତା
—–by ସତ୍ୟ ପ୍ରକାଶ ସେଠୀ
ମାଆ ମାଆ ବୋଲି ଡାକୁଛି  ଶତତଃ

ମାଆକୁ ପାଇଲି ନାହିଁ
କେମିତି ବାହିବି ଜୀବନ ତରୀ ମୁଁ
ଜାଣି ତ ସେ ପାରୁ ନାହିଁ।। 1
ମାଆର ମମତା ନିଃସର୍ତ୍ତ ବନ୍ଧୁତା
କାହାଠୁଁ ମିଳିବ ସେଇ
ସ୍ୱାର୍ଥ ଲୋଲୁପତା ଗ୍ରାସିଛି ସଭିଙ୍କୁ
କେହି ନାହିଁ ମୋର ହୋଇ।। 2
ଆଜି ସ୍ୱାର୍ଥ ଶିଖା ପ୍ରଜ୍ଜ୍ଵଳିତ ହୁଏ
ସ୍ଵାର୍ଥର ବଡ଼ିମା ପାଇଁ
ସ୍ନେହ ମମତାଟି କେଣେ ତ ଯାଉଛି
ଦୁଷ୍ପ୍ରାପ୍ୟ ପରାଏ ହୋଇ।। 3
ଆସନ୍ତା କି ବୋଉ ବାରେ ମୁଣ୍ଡ ରଖି
ତା’ କୋଳେ ଯାଆନ୍ତି ଲୋଟି
ଦୁନିଆର ଯେତେ ଧାଇଁ ଧରସଣ
ଯାଆନ୍ତା ସେ ସବୁ ଲୁଟି।। 4
ବୋଉ ଲୋ! ମୋ ବୋଉ!! ଫେରି ଆଲୋ ମୋ ବୋଉ!!!
ମୁଁ ପରା ତୋହରି ପୁଅ
ତୁ ପରା ଶିଖାଉ ଜୀଇବାର କଳା
ବଞ୍ଚିବାର ଅଭିଳାଷ।। 5
ତୋ ବିନା ଜୀବନ ଲାଗେ ଅଧା ଅଧା
ହଅନା ତୁ ଆଉ ରୁଷ୍ଟ
ପାରୁନି ଲୋ ସହି ଜମାରୁ ମୁଁ ଆଉ
ଢେର ହେଲାଣି କଷ୍ଟ।। 0

Related posts

କଲମ ବଲମ

satya

ଭିନ୍ନ୍ ଏକ ନୂଆ ଗଢା ସମାଜ

satya

ବାତ୍ୟା ତାଣ୍ଡବ

satya

Leave a Comment

Login

X

Register