Satya Prakash
କବିତା

ତେବେବି ମିଳଇ ହରି Lord of universe

ଦେବଙ୍କଠିଁ ଯେହୁ ରଖେ ସଦା ଲୟ
ଆସ୍ଥିକଟି ତା’କୁ ମଣେ
ଯଦି କେହି ଆସ୍ଥା ପ୍ରକଟ ନ କରେ
ନାସ୍ତିକ ବୋଲିଣ ଜାଣେ।।
ଯେବେ କେହି କାୟ ପୂଜନେ ବିଶ୍ଵାସୀ
କୌଣସି ବି ମୂର୍ତ୍ତି ପୂଜ
ଯଦି ନାହିଁ ମୂର୍ତ୍ତି ପୂଜନେ ଆସ୍ଥାଟି
ନିର୍ଗୁଣ ବ୍ରହ୍ମଠିଁ ପୂଜ।।
ଅଧ୍ୟୟନ ଲିପ୍ସୁ ଦେବଙ୍କ ଜିଜ୍ଞାସୁ
ଜ୍ଞାନ ମାର୍ଗଟି ଆପଣା
ତହିଁ ଯଦି ନାହିଁ ତେବେ ମୀରା ପରି
ଭକ୍ତି ମାର୍ଗଟି ଆପଣା।।
ତର୍କ ବିତର୍କରେ ପ୍ରୟୋଜନ ଯଦି
ତର୍କଟି ନିଅ ଆଦରି
ନ୍ୟାୟ ତର୍କ ଶାସ୍ତ୍ରେ ହୁଅ ଆଗୁସାର
ତେବେବି ମିଳଇ ହରି। ।
ଯଦି ନାହିଁ ମନେ ଭକ୍ତି ଅବା ଜ୍ଞାନ
ପାଲଟ ନିର୍ଗୁଣ ଯୋଗୀ
ଉଚିତ୍ କର୍ମଟି କେବଣ ଯେ କର
ହେବ ତୁମେ କର୍ମ ଯୋଗୀ।।
WRITTEN by
Satya prakash sethy

Related posts

ପ୍ରତ୍ଯୁଦ୍ଗମନ kabita pratyudgaman

satya

କୂଅ ଓ ବେଙ୍ଗ

satya

ଫଳନ୍ତି ଓ ଅଫଳନ୍ତି ବୃକ୍ଷ

satya

Leave a Comment

Login

X

Register