Satya Prakash
କବିତା

ଜୀବନଟା ସାରା whole life

ଜୀବନଟା ସାରା କେତେ ସତେ ଏଠି
ସ୍ଵପ୍ନ ଦେଖା ନ ହୋଇଛି
ଦେଖି ଦେଖି ପୁଣି ପଡ଼ିଛି ଘୁମେଇ
ଉଠିଲାଠୁଁ ସେ ହଜିଛି।।
ଜୀବନଟା ସାରା କଣ୍ଟାର ବେଷ୍ଟନ
ପାଚେରୀର ଭିଡ଼ ଯେତେ
କାହିଁକି କେଜାଣି ଅଟ୍ଟହାସ୍ୟ କରେ
ଦରଦୀ ହୃଦୟ ମୋତେ।।
ଜୀବନଟା ସାରା ତୁମେ ତ ଅସାର
ଲେଉଟାଣି ଛାଇ ପରି
ଡହକ ଖରାରେ ଗୋଧୂଳି ନୀଳିମା
ଗୁମ୍ ସୁମ୍ ଲାଗେ ଭାରି।।
ଜୀବନଟା ସାରା ଅଲେଖା ଖାତାରେ
ଗାର ଟାଣି ଥକି ଗଲି
ବିଦ୍ରୁପ ଆଖିରେ ପରଳ ମାଡିଛି
ଦିଅନ୍ତନି ଟିକେ ଖୋଲି।।
ଜୀବନଟା ସାରା ନିଜକୁ ହଜାଇ
ପାଇଛି ମୁଁ କେଣେ ଖୋଜି
ଆଉ ଏଣେ ତେଣେ କାଁ ହେବିନି ବାୟା
ତୁଇ ମୋର ଶେଷ ଆଜି।।
WRITTEN BY
Satya Prakash Sethy

Related posts

ଏକ ଅନୁଚିନ୍ତା health is wealth

satya

ତେବେବି ମିଳଇ ହରି Lord of universe

satya

ଅଟଳଜୀ! ଫେରି ଆସ ତୁମେ

satya

Leave a Comment

Login

X

Register