Satya Prakash
କବିତା

ଆନ୍ତର୍ଜତୀୟ ଅଗ୍ନିଶମ ଦିବସ

ଆନ୍ତର୍ଜାତୀୟ ଅଗ୍ନି ନିର୍ବାପକ ଦିବସ
By ସତ୍ୟ ପ୍ରକାଶ
ଅଗ୍ନି ଦେବତାର କୋପ ଶକ୍ତି ଭାରି

କ୍ରୋଧିତ ଯେବେ ସେ ହୁଏ
ସବୁ ଭସ୍ମୀଭୂତ ପାଉଁଶ ଗଦାଏ
ମୂକ ସାକ୍ଷୀ ରହିଯାଏ।। 1
ଅଗ୍ନି ନିର୍ବାପକ ଅଗ୍ନିଶମ ଦଳ
ବିଭାଗଟି ଆମେ କରେ
ଯେଉଁଠି ଥାଆନ୍ତୁ ନିଆଁ ଲିଭାଳୀ ଯେ
ଅଗ୍ନିକୁ ଆୟତ୍ତ କରେ।। 2
ଧନ ଜୀବନର ସୁରକ୍ଷା କାରଣେ
ନିଆଁ ହୁଳା ସଙ୍ଗେ ଖେଳ
ଏ କି ଯେ ଅଦ୍ଭୁତ ଅଦମ୍ଯ ସାହସ
ସାବାସୀ ତାହାର ଫଳ।। 3

ଦୁଃଖୀ ଜନଙ୍କର ଦୁଃଖ ଭାଗ ହର
ଧନ୍ଯ ତୁମେ ଆଜି କହେ
ପୁଣ୍ୟ କର୍ମ ପାଇଁ ସେବା ନିଧି ଫଳେ
କେତେ ଯେ କଷଣ ସହେ।।4

ତ୍ୟାଗପୂତ ତୁମ ମହିମା ମଣ୍ଡିତ

ଧନ୍ଯ ସେ ଜୀବନ କିବା

ନାଲି ଆଉ ବ୍ଲୁ ପ୍ରତୀକଟି ପରା

ଜରୁରୀ କାଳୀନ ସେବା । 0

4th May IFFD

 

Related posts

ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର

satya

ମ୍ୟୁଜିକ୍ ଦିବସ

satya

ଏମ୍ ଓ ୟୁ MOU

satya

Leave a Comment

Login

X

Register