Satya Prakash
କବିତା

ଦୁର୍ବାର ଲାଳସା

ଦୁର୍ବାର ଲାଳସା
——–by କବି ସତ୍ୟ ପ୍ରକାଶ
ଭଗବାନ ତୁ ମୋ ଦୁର୍ବାର ଲାଳସା
କେଉଁଠି ପାଇବି ତୋତେ
ସେଦିନ ଖୋଜିଛି ଆଜି ବି ଖୋଜୁଛି
କାହିଁକି ମିଳୁନ ମୋତେ? 1
ଉପାୟ ଖୋଜୁଛି ପାଉନି ଠିକଣା
ଖୋଜି ଖୋଜି ହୁଏ ବଣା
ପାଇବ ଯେବେଟି ସନ୍ଧାନ ଦେବଟି
ଖୋଜୁଛି ମୁଁ ତା’ର ଠଣା।। 2
ଏମିତି ଦୁଷ୍ପ୍ରାପ୍ୟ କାହିଁକି ହେଉଛ
ଆମେ ବୁଲାଉଛ ଭୁଆଁ
ଭେଟ ହେବ ଯେବେ ପଚାରି ବସିବା
କାହିଁକି ମାରୁଛ ଡିଆଁ।। 3
ଜୀବନ ଦେଇଛ ମରଣ ବି ଦିଅ
ଦେଇନ କରମ ଯାହା
ମିଶାଣ ଗୁଣନ ହରଣ ଫେଡାଣ
ସବୁ ଗୋଳମାଳ କାହାଁ?
କହିଲେ ଶୁଣୁନ ଖୋଜିଲେ ମିଳୁନ
କେମିତି କହିବ ଆହା
ଜୀବନ ଯାଉଛି ଜଞ୍ଜାଳ ବଢୁଛି
କେଉଁଠି ପାଉନି ସାହା।।

Related posts

ଜୀବନଟା ସାରା whole life

satya

ମୋ ବାଲି ଘର ସେ ଧୂଳି ଝଡ଼

satya

ବିଦାୟ ବେଳାରେ ମାଗୁଛି ମେଲାଣି

satya

Leave a Comment

Login

X

Register