Satya Prakash
Uncategorised

ଟୀକାକରଣ

ଟିକାକରଣ-August Month
By ସତ୍ୟ ପ୍ରକାଶ ସେଠୀ
ପ୍ରତିରକ୍ଷା ଆଉ ପ୍ରତିଷେଧକ ତ
ସବୁଠୁଁ ଗୁରୁତ୍ୱପୂର୍ଣ୍ଣ
ଟୀକାକରଣଟି ତହୁଁ ଦରକାର
ଶରୀ ରଖିବାକୁ ସୁସ୍ଥ।।
ରୋଗ ପ୍ରତିରୋଧ ଶକ୍ତି ନ ବଢିଲେ
ବେମାର ବସିବ ମାଡ଼ି
କୋରାନା ପରିକା ରୋଗ ଯେତେ ସବୁ
କେଉଁଠୁ ଆସିବେ ଉଡ଼ି ।।
ଆମ ଇମ୍ମ୍ୟୁନିଟି ଆମେ ବଢେଇବା
ସୁଷମ ଖାଦ୍ୟଟି ଖାଇ
ଠିକଣା ସମୟେ ଟୀକା ନେଉଥିବା
ବୈଦ୍ଯ ପରାମର୍ଶ ନେଇ।।
ଟୀକା ଠାରୁ ବଳି ନାହିଁ କେହି ବଡ଼ି
ରୋଗ ଦେବ ଯିଏ ତଡ଼ି
ବଳିଷ୍ଠ ହୋଇବା ସୁସ୍ଥ ବି ରହିବା
ରୋଗ ଯିବ ତଳେ ପଡ଼ି।।
ଅଗଷ୍ଟ ମାସଟି ଟୀକାକରଣର
ଜାତୀୟ ମାସଟି ହେତୁ
ସଚେତନ ହେବା ପ୍ରତିଷେଧକର
ପ୍ରତିରୋଧ ଶକ୍ତି ଜିତୁ ।।

Related posts

Exclusive interview

satya

ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର

satya

ନାରିକେଳ ଦିବସ

satya

Leave a Comment

Login

X

Register