ମୋ ଦେଶକୁ ମୁଁ ଭଲପାଏ
ଲୋକମାନଙ୍କୁ ଭଲପାଏ ।
ମୋ ସାହିତ୍ୟକୁ ଭଲପାଏ
ଓଡ଼ିଆ ଭାଷାକୁ ଭଲପାଏ ।
ଯାହାକି ଭାବ ବିନିମୟେ
ଉତ୍କୃଷ୍ଟ ମାଧ୍ୟମ ପାଲଟେ ।
କାହିଁକିନା……………..
ମୋ ଭଲ ପାଇବାର କଳା
ମୋ ବଞ୍ଚିବାର ଅଭିଳାଷା ।
ତୁମଠୁଁ ମିଳିଥିଲା ଭିକ୍ଷା
ପାଇଥିଲି ତଣ୍ଡୁଳ ମୁଠେ ।
ସେସବୁକୁ ଆଜି ଦେଉଛି
ଲେଉଟାଇ ତୁମଠିଁ ବାଣ୍ଟି ।