Satya Prakash
କବିତା

ପ୍ରତିଶ୍ରୁତି ପଡ଼େ ବନ୍ଧା

ଶୁଣି ଥିଲି ଦିନେ ଅଙ୍ଗୁରର ରସ
ଲାଗେ ପରା ଭାରି ମିଠା
କିନ୍ତୁ ଏ କି ହେଲା ବିଚିତ୍ର ହୋଇଲା
ମୋ ବାଡ଼ି ଅଙ୍ଗୁର ଖଟା।।
ଖଟା ଖଟା ବୋଲି ପାଟିରେ ଦେଉନି
ଅତିଥି ହେଉଛି ଖପ୍ପା
ଯେବେ ଥୁ ଥୁ କରି ଫିଙ୍ଗି ଦେଲେ ସବୁ
ହୃଦକୁ ଲାଗିଲା ବାଧା।।
ଆହେ ଶୁଦ୍ଧି ଜନ ମନ କର୍ଣ୍ଣ ଦେଇ
ଶୁଣ କହୁଅଛି ଦୁଃଖ
ଏତେ କଷ୍ଟ କରି ପୋତି ଥିଲି ମୁଇଁ
ପ୍ରାପତ ହେଲାନି ସୁଖ ।।
ବାହୁନି କାନ୍ଦିବି ନା କହି କହିବି
ମୋ ଦୁଃଖ କାହାଣୀ ଅଧା
ଦୁଃଖ କରିବନି ଖୁଆଇ ପାରୁନି
ପ୍ରତିଶ୍ରୁତି ପଡ଼େ ବନ୍ଧା।।

Related posts

ଭୁଲ୍ ଭୂଲିଆ Bhul Bhulaiye

satya

ଏଡ଼େ ଦାମ୍ଭିକତା

satya

ଗୋଲାପ ଦିବସ

satya

Leave a Comment

Login

X

Register