Satya Prakash
Uncategorised

ଦରମା

ସମାନ ଦରମା
By ସତ୍ୟ ପ୍ରକାଶ ସେଠୀ
ବିଛଣା ଛାଡି ମୁଁ ଦାଣ୍ଡକୁ ଆସିଲି
ଦେଖିଲି ସୂର୍ଯ୍ୟର ଆଭା
ସ୍ଵର୍ଣ୍ଣାଭ କିରଣ ବିଛୁରି ପଡିଛି
ଆହାଃ କି ସୁନ୍ଦର ଶୋଭା ।।
ପୂର୍ବ ଆକାଶଟା ରକ୍ତିମ ଦିଶୁଛି
ସିନ୍ଦୂରା ପଡୁଛି ଫାଟି
ଶୁଲି ଶୁଲିଆ ତ ଶୀତଳ ବାଆଟି
ନେଉଛି ମନ ମୋ ଲୁଟି ।।
ମନେ ପଡିଗଲା ସମ କାମ ପାଇଁ
ସମ ଅଧିକାର କଥା
ଏକା କର୍ମ ପାଇଁ ଭିନ୍ନ୍ ମୂଲ ନୀତି
ଶ୍ରମଜୀବି ପାଏ ବ୍ୟଥା।।
ସମ କାମ ପାଇଁ ସମ ପରିମାଣ
ପାରିଶ୍ରମିକ ତ ହକ୍
ତଥାପି ନାରୀଟି ପୁରୁଷ ଠାରୁ ବା
କାହିଁକି ପାଇବ କମ୍।।
ସର୍ବେକ୍ଷଣ କହେ ଏକ ତୃତୀୟାଂଶ
କମ୍ ମୂଲ ନାରୀ ପାଏ
କାହିଁକି ଏମିତି ବ୍ୟବସ୍ତା ଆମର
କି କାରଣେ ଦୁଃଖ ଦିଏ।।।
ଶ୍ରମିକର ଶ୍ରମେ ଗଢ଼ା ଧନୀ ଶୌଧ
କେତେ କେତେ ରେଜା କୁଲି
ଲାଗିଥାନ୍ତି ତହିଁ ମାରିବାକୁ ଚୂଳ
ମୁଣ୍ଡ ଝାଳ ତୁଣ୍ଡେ ବୋଳି।।
ନାରୀ ହେଉ ଅବା ପୁରୁଶ ଶ୍ରମିକ
ଉଭୟ ଭୋଗନ୍ତି ଦଣ୍ଡ
ଝାଳ ନାଳ ହୋଇ ଖଟନ୍ତି ବିଲରେ
ଦିଏ କି ଉଚିତ୍ ମୂଲ୍ୟ ।।
କରୋନା କାଳରେ ମହାମାରୀ ବେଳେ
ସମସ୍ୟା ଯାଉଛି ବଢି
ଆର୍ଥିକ ସ୍ଥିତି ତ ଭୁଶୁଡ଼ି ପଡୁଛି
ଦେବାନି ଜୀବନ ସଢ଼ି।।
Happy equal pay day
18th September
ILO ଆଜି କରିଛି ଅନଲାଇନ୍ ବ୍ୟବସ୍ଥା ଦିନ 9 ଟାରୁ registration କରି ରଖନ୍ତୁ ଏ ସମ୍ପର୍କରେ ମତାମତ

Related posts

ଉଠା ଦୋକାନ ଫଟା କପାଳ

satya

ଝରକା ସେପାରିର ଝିଅଟା book

satya

Collect my book

satya

Leave a Comment

Login

X

Register