Satya Prakash
କବିତା

ଧନ୍ୟ ତା’ ଊର୍ଜଃ

ଏମିତି ବି ହୁଏ କେବେ ସେ ପୁଣି

ସବୁ ଅସମ୍ଭବ ସମ୍ଭବ ହୁଏ

ପାକିସ୍ଥାନେ ପ୍ରବେଶ ପରା ହୋଇ

ରାତି କେଇ ଘଣ୍ଟାକ ଅତିକ୍ରାନ୍ତେ

ସର୍ଜିକାଲ୍ ଷ୍ଟ୍ରାଇକଟା ଯେ ସାରି

ଭାରତୀୟ ସେନାଏ ସୁରକ୍ଷିତେ

ଖୁସିରେ ଲେଉଟାଣି ପର୍ବ ପାଳେ

ସାହସ ତା’ଦେଖ ହେ! କେଡେ

ବିଶ୍ଵ ବା ଚକିତ ହେବନି କିଆଁ?

ଭାରତ ସେନାର ଅପୂର୍ବ ରଣ

କୌଶଳ ସାରା ବ୍ରହ୍ମାଣ୍ଡ ମାନିଲା

ଧନ୍ୟ ତା’ ଊର୍ଜଃ ଊର୍ଜସ୍ଵଳ ହୋଇ

ନୂତନ ଆଲୋକରେ ଉଦ୍ଭାସିତ

କଲ ବିଶ୍ଵବାସୀ ଦେଶବାସୀଙ୍କୁ

ନୂତନ ପ୍ରୟାସ ଶୁଭଙ୍କର ହେଉ

ଦେଶ କଲ୍ୟାଣେ ହୁଅ ସଦା ବ୍ରତୀ

WRITTEN BY

SATYA PRAKASH SETHY

Related posts

ଅକଲ ମୁଣ୍ଡା

satya

ଦାଢପଣ

satya

ମନ ପରା ଗଙ୍ଗା ଜଳ

satya

Leave a Comment

Login

X

Register