Satya Prakash
କବିତା

ପ୍ରତ୍ଯୁଦ୍ଗମନ kabita pratyudgaman

ଯାଇଛି ଚାଲି ସେ ଫିରିଙ୍ଗି ଶାସନ
ସାଥିରେ ଯାଇଛି ତାଙ୍କ
ପାରିଷଦ ରାଜ୍ୟ ରାଜ ସିଂହାସନ
ହଟିଛି ଦେଶୁ କଳଙ୍କ।।
ମନେ ଆଣି କେତେ ଆନନ୍ଦ ଉଲ୍ଲାସ
ଗଣତନ୍ତ୍ର  ଆସେ ଆଜି

ଅଧର୍ମ ଅନୀତି ସ୍ଵାର୍ଥର କାରତି

ଆଉ ମାରିବ କି ବାଜି।।
ଏଠି ଧର୍ମ ସତ୍ୟ ନ୍ୟାୟର ରାଜୁତି
ଉଦ୍ ଯୋଗ ପର୍ବ ପାଳେ
ଏମାନେ ଶାସିବେ ଅଭିନବ ଢଙ୍ଗେ
ସମସ୍ତେ ଚକତି ହେବେ।।
ସବୁଦିନେ କ’ଣ ସେହି ସିଂହାସନେ
ତେବେ ଉତ୍ପୀଡ଼କ ଥିବେ
ଯେଉଁଠି ଚେଙ୍ଗିଜ୍ ଦସ୍ଯୁ ଘୋରୀ ପରି
ଲୁଟେରା ଶାସକ ଥିବେ।।
ଏ ବିଶ୍ବାସ କିନ୍ତୁ ମୋର ଭାଜେ ଦେଖି
ସ୍ଵାଧୀନତା ନବରବି
ନୂତନତାର ଆଗମନୀ ଦୀପ୍ତିରେ
ଯେ ଚଳ ଚଞ୍ଚଳ କବି।।
ଏ ଭାରତ ମାତା ଯୋଗାଏ ଯତନେ
ଅନଳ୍ପ ଶସ୍ୟ ଶ୍ୟାମଳା
ତହୁଁ ଅଭାବ କାଁ ପଡ଼ିବ କହରେ
ଲାଗିବ ତ ଏଥୁଁ ମେଳା।।
ମରୁଡ଼ି ମଡ଼କ ଚଡ଼କ ବଗଡ଼
ଏସବୁକୁ ତ ଅଟକ
କରିବାକୁ ରାଇଜ ରଜା କଲେଣି
ସତ ସତିକା ନାଟକ।।
କ୍ଷୀର ଆରିଷାରେ ଭାସିବେ ସକଳେ
ଏ ପ୍ରତିଶ୍ରୁତି ଯାହାରେ
ସେ ଗଣତନ୍ତ୍ରକୁ ପ୍ରତ୍ଯୁଦ୍ଗମନ
ନ କରି କେ ରହି ପାରେ।।
Written by
Satyaprakashsethy

Related posts

ଦୁର୍ଗତିନାଶିନୀ durgatinadini

satya

ଧନ୍ୟ ତା’ ଊର୍ଜଃ

satya

ଆପଣାର କିଏ?

satya

Leave a Comment

Login

X

Register