Satya Prakash
କବିତା

ନିରର୍ଥକିଆ ପ୍ରଶ୍ନଟାଏ

ବଡ଼ ନିରର୍ଥକିଆ ପ୍ରଶ୍ନଟିଏ
ପଚାରିଲେ ଉତ୍ତର ହଁ – ନା
ତେଣୁ ସନ୍ତୁଷ୍ଠି ମିଳେନା
ଖାଲି ଗୁଡାଇ ତୁଡାଇ
ମନ ଦହେ ହୃଦୟ ଚକଟେ
ଜୀବନ କ’ଣ ଓ କାହିଁକି
ଯେଉଁଟାକୁ ଆମେ ବୋଧେ
ସମସ୍ତେ ଜିଇଁବାକୁ ଚାହେଁ
ହେଲେ ତା’ର ଉତ୍ତର ଖୋଜି
ପାଇ ନାହିଁ ଏ ଯାଏଁ

ଖୋଜିଛି ତ କେତେ କାହିଁ
ଅଗମ୍ଯ ବନସ୍ତୁ ସୁଉଚ୍ଚ
ପାହାଡ଼ର ଶିଖର ଯାଏଁ
କେତେ ମୁନି କେତେ ରୁଷି
ଅନ୍ୱେଷା ଅନ୍ୱେଷଣ
ଆସି ନାହିଁ ଅପରାହ୍ନ
ସରି ନାହିଁ ଖୋଜା
ପାଇ ନାହିଁ ରାତି
ଏହିକି ସେହି ଜୀବନ
ଯାହାର ନାହିଁ ପୁଣି ଅଛି
ନିର୍ଦିଷ୍ଟ ନିଶ୍ଚିତ ଉତ୍ତର?

Related posts

ଠେକୁଆ ଓ କଇଁଛ

satya

ସହଜ ନିୟମ easy principles of life

satya

ପୃଥିବୀ ପଶୁ ଦିବସ

satya

Leave a Comment

Login

X

Register