Satya Prakash
କବିତା

ପୁସ୍ତକ ଓ କପି ରାଇଟସ୍ ଦିବସ

ଆଜିର ଆନ୍ତର୍ଜାତୀୟ ପୁସ୍ତକ ଓ କପି ରାଇଟସ୍ ଦିବସରେ  ମୋ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭ କାମନା ଓ ଢେର ସାରି ଶୁଭେଛା ।ବନ୍ଧୁଗଣ! ଆପଣମାନେ ନିଶ୍ଚୟ ଜାଣିଥିବେ ଆଜିକା ଦିବସର ଉଦ୍ଦେଶ୍ୟ ଓ ଅଭିପ୍ରାୟ ସମ୍ବନ୍ଧରେ, ମୁଁ କେବଳ ସେ ସମ୍ପର୍କରେ ସମ୍ୟକ ସୂଚନା ଦେବାକୁ ଚାହିଁବି। ଚାହିଁବିକି  ଏହାର ଶ୍ରୀ ଓ ଗୁରୁତ୍ଵ ବୃଦ୍ଧି ହେଉ। ହେ ବନ୍ଧୁଗଣ! ଭାଷା ଓ ଲିପିର ଉଦ୍ଭବ ତଥା ବିକାଶ ପର୍ବ ସହିତ ନିତ୍ୟ ନୈମିତ୍ତିକ ନୂତନ ନୂତନ ମୁଦ୍ରଣ ଯନ୍ତ୍ର୍ରର ଉଦ୍ଭାବନ ଓ ଆଧୁନିକୀକରଣ ଫଳରେ ଜ୍ଞାନ ବିଜ୍ଞାନର ଭୂୟସୀ ବିକାଶ ସାଧିତ ହୋଇଛି। ଅଥଚ ମୌଖିକ ଓ କଥିତ ଜ୍ଞାନୀ ଗୁଣୀ ଜନ ଅମର ବାଣୀ ଲୈଖିକ ରୂପ ପରିଗ୍ରହ କରିଛି। ଭାଷା ଓ ଭାବର ଏହି ଲିଖିତ ରୂପ ହେଉଛି ଚିରନ୍ତନୀ ଓ ନିତ୍ୟ ସନାତନ, ଯାହାର ପ୍ରବାହ ଓ ପ୍ରଭାବ ଅତ୍ୟନ୍ତ ସୁଦୂର ପ୍ରସାରୀ। ଏହି ପରିପ୍ରେକ୍ଷୀରେ ଏକ କାବ୍ୟିକ ପରିପ୍ରକାଶ –
ଆନ୍ତର୍ଜାତୀୟ ପୁସ୍ତକ ଦିବସେ
ଶୁଭେଚ୍ଛାର ସୁଅ ଛୁଟେ
ଦୁନିଆରେ ଅଧେ ଜ୍ଞାନୀ ଗୁଣୀ ଜନେ
ପୁସ୍ତକରେ ଦିନ କାଟେ।। 1
ଜ୍ଞାନ ବିଜ୍ଞାନର ଗନ୍ତାଘର ଯେଣୁ
ସବୁ ସେ ପୁସ୍ତକେ ଠୁଳ
ଖାଲି ଶ୍ରଦ୍ଧା ରଖି ଖୋଜି ବସିଲେ ତ
ମିଳଇ ସବୁରି ମୂଳ।।।
ଛାତ୍ର ଛାତ୍ରୀ ଗଣ ଲଭନ୍ତି ତହୁଁ କି
ତାଙ୍କ ପରିଶ୍ରମ ଫଳ
କେବଳ କରିଣ ଭୁଇଁକୁ କର୍ଷଣ
ଉଗୁଳାନ୍ତି ଶସ୍ୟ ମାଳ।
-by ସତ୍ୟ ପ୍ରକାଶ ସେଠୀ –

Related posts

ଶାନ୍ତିର ଠିକଣା

satya

ଗୋଲାପ ଦିବସ

satya

ଗୁରୁଜୀ guruji

satya

Leave a Comment

Login

X

Register