Satya Prakash
କବିତା

ବନ୍ଧୁ bandhu

ମୁଁ କାଁ ଭଲପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ଵକୁ
ତା’ର ଆନ୍ତରିକପୂର୍ଣ୍ଣ ଅନ୍ତରୀଣ ଭାବ ସତ୍ତାକୁ
ତା’ର ମନଖୋଲା ମିଠା ସିଠା କେଇପଦ କଥାକୁ
ଦୁଃଖ ବା ସୁଖରେ ତା’ ସହ ବ୍ୟୟିତ ମୁହୂର୍ତ୍ତକୁ
ତା’ର ଚୂଟକଲୀ ବ୍ୟଙ୍ଗ ବିଦ୍ରୂପ ସବୁ କିଛିକୁ
ତା’ ର ସାହଚର୍ଯ୍ୟ ସହଯୋଗର ମୁକୁଳାପଣକୁ
ସହଯୋଗୀତା ସହଭାଗୀତା ସହିଷ୍ଣୁପଣିଆକୁ
ମୋତେ ଖୁସି ଦେଖିବାର ତା’ର ମିଛ ନାଟକକୁ
ମୋ ପାଇଁ ତା ମନରେ ଉଠୁଥିବା ବ୍ୟଥିତ ଭାବକୁ
ତା’ର ଆକୁଳ ଚେହେରା ବିଷର୍ଣ୍ଣମନା ବଦନକୁ
ତା’ଚେତନା ସର୍ବସ୍ଵ ମାନସ ପଟରେ ଆଙ୍କୁ ଆଙ୍କୁ
ଆଙ୍କି ହୋଇଯାଇଥିବା ମୋର ପାର୍ଥିବ ଚେହେରାକୁ
ହେଲେ ଭଲ ପାଏ ନା ତା’ର ନଟଖଟି ସ୍ଵଭାବକୁ
ମୋ ସତ ସବୁ କହି ମୋତେ ଅପଦସ୍ତ କରିବାକୁ
କାରଣ ଶତ ପ୍ରତିଶତ ମୋ ଦୋଷ ଦୁର୍ବଳତାକୁ
ବୁଝେ ବୋଲି କ’ଣ ଜରୁରୀ କି ମୋତେ ସୁଧାରିବାକୁ
ତଥାପି ବୋଧେ ମୁଁ ଭଲ ପାଏ, ଖୁବ୍ ଭଲପାଏ ତାକୁ
ତେବେ ସେଇ ଏକା ବନ୍ଧୁ ମୋର ସବୁଠୁଁ ପ୍ରିୟ ବନ୍ଧୁ
ବନ୍ଧୁ ପରି ବନ୍ଧୁ, ତା ପରି ବନ୍ଧୁ ନାହିଁ କେହି ବନ୍ଧୁ।।

Related posts

ଏମିତି କେମିତି ହୁଏ

satya

ଜୀବ ବିଭିଦତା

satya

ତୁମ ବିନା

satya

Leave a Comment

Login

X

Register