Satya Prakash
କବିତା

ବାଘ bagha

ଯେ ଡାଳ ଧରିଲି ସେ ଡାଳ ଭାଙ୍ଗିଲା
କେଉଁ ଡାଳ ମିଳିଲାନି
ଏ ଡାଳ ବୋଲିଣ ସେ ଡାଳ ଧଇଲି
କେଉଁ ଡାଳ ସହିଲାନି।।1
ବାଘ ପରି ଦୁଃଖ କେଡ଼େ ବଡ଼ ବାଘ
ପଛେ ପଛେ ଅନୁସରି
ଗୋଡ଼ାଇ ଖାଇବ ତଡ଼ି ତଡ଼ି ଆସେ
ଦାନ୍ତ କଡ଼ମଡ଼ କରି।। 2
କରୁଣା ସାଗର ନିଳାମ୍ବୁ ପୟର
ଧନ ଜନ ନାହିଁ ମୋର
ଏଡ଼େ ବୃକ୍ଷ ବୋଲି କରିଥିଲି ଆଶ
ଅଭୟ ମିଳିବ ବର।। 3
ସବୁ ଆଶା ଛାଡ଼ି ତୋତେ ଧରିଛି ମୁଁ
ତୁ ପରା ବିପଦ ବନ୍ଧୁ
ରଖିଲେ ରଖିବୁ ତାରିଲେ ତାରିବୁ
ପାରି କରି ଦୁଃଖ ସିନ୍ଧୁ।। 4
ଆହେ ଭଗବାନ ସିନ୍ଧୁସୁତାପତି
ନାହିଁ ମୋର ଗତି ମୁକ୍ତି
ନିରାଶ୍ରୟ ଜନ ଆଶ୍ରା ଲୋଡେ ମୁଁହିଁ
ଦେଇଦେ ଟିକିଏ ଶକ୍ତି।।5
କେମିତି ଚାଲିବି ବାଟ ଦିଶୁ ନାହିଁ
ବାଟ ବଣା ହେଉଅଛି
ଜୀବନ ତମାମ ଖଟିଖଟି ମୁଁହିଁ
ଅସଫଳ ହୋଇଅଛି।। 6

Related posts

ଉତ୍କଳ ଦିବସ

satya

ତୁମରି ସାନ୍ନିଧ୍ୟ ବଡ଼

satya

ତେବେବି ମିଳଇ ହରି Lord of universe

satya

2 comments

satya 12th August 2018 at 8:59 am

Nice poem

Reply
oprolevorter 8th August 2019 at 11:49 pm

I like what you guys are up too. Such smart work and reporting! Carry on the excellent works guys I¦ve incorporated you guys to my blogroll. I think it will improve the value of my site 🙂

Reply

Leave a Comment

Login

X

Register