Satya Prakash
କବିତା

ମୁଁ ଯଦି ଏବେଠୁଁ ଯା’ନ୍ତି ମରି

ମୁଁ ଯଦି ଏବେଠୁଁ ସତେ ଯା’ନ୍ତି ମରି

କାହାର କଣ’ଟେ ଯା’ନ୍ତା

ବିଶେଷ ବା କିଛି ସେମିତି ଗୋଟାଏ

କ’ଣ ଫରକ ପଡ଼ନ୍ତା? 1

ବଞ୍ଚିଥିଲା ବେଳେ ଖୁବ୍ ବାଣ୍ଟୁଥିଲି

ଅନୁଗତ ଥିଲେ ଥୋକେ

ମଲା ପରେ ମୋର ନିର୍ଜୀବ ଶରୀର

ଆସିବ କାହାର କାମେ? 2

ଭୂଲି ଯିବେ ମୋତେ ମୋଠୁଁ ମୋର ପ୍ରିୟ

ପିଲା ଛୁଆ ସ୍ତ୍ରୀ ସଂସାର

ତେବେ ମରି ପଡ଼ି ଝାଳ ବୁହାଇବା

କି ମାନେ ସେହୁର? 3

ସବୁ ଯେ କ୍ଷଣିକ ମାୟାରେ ବାଇଆ

ଭ୍ରମେ ଭ୍ରମୁଥାଏ ସଦା

ବନ୍ଧନରେ ପଡ଼ି ମୋହଗ୍ରସ୍ତ ହୋଇ

ବାଟ ହୁଡୁ଼ଥାଏ ହୁଣ୍ଡା। ।4

ସଂଜୁଆ ବେଳାରେ କେହିତ ସେତେଟା

ନଥିଲେ ମୋଠିଁ ଆଗ୍ରହୀ

ମଲା ପରେ ଅବା ଫୁଲ ହାର ଗୋଟେ

ଦେଇ ପାରନ୍ତି ପିନ୍ଧାଇ।। 0

 

Related posts

ତପ୍ତ ଧରିତ୍ରୀ

satya

ଗାନ୍ଧୀ ଜୟନ୍ତୀ Gandhi Jayanti

satya

ଅନ୍ଧାର ଓ ଆଲୁଅ

satya

2 comments

Sumati roul 5th September 2018 at 5:04 pm

ଠିକ୍ କଥା

Reply
satya 6th September 2018 at 9:13 am

ଧନ୍ୟବାଦ

Reply

Leave a Comment

Login

X

Register