Satya Prakash
କବିତା

ଭୁଲ୍ ଭୂଲିଆ Bhul Bhulaiye

ଜୀବନଟା ପରା ଜଟିଳ ଗଣିତ

ହିସାବଟା ରୋକ୍ ଠୋକ୍

ମିଶାଣ ଫେଡାଣ ହରଣ ଗୁଣନ

ସବୁ ଚାଲେ ଠିକ୍ ଠାକ୍।। 1

ଭୂଲି ଗଲେ ସୂତ୍ର ଭୂଲ୍ ସିଦ୍ଧ ଅଙ୍କ

ସବୁ ଅସାର ବେକାର

ଭୁଲ୍ ଭୁଲିଆରେ ପଡ଼ି ହଡ଼ବଡ଼

ମୁଣ୍ଡ ଟାଇଁ ଟାଇଁ ଖର। ।2

ହେଲେ ମୋ ଜୀବନ ଗାଣିତିକ ସୂତ୍ର

ଖାଉନାହିଁ କାହିଁ ଖାପ

ଆଉ କା’ ଜୀବନ ମାନସାଙ୍କ ସହ

ସବୁ ହେଲାଣି ବେଖାପ। ।3

Written by

Satya Prakash Sethy

 

 

Related posts

ନିଃସର୍ତ୍ତ ବନ୍ଧୁତା

satya

ଅବଦୁଲ କାଲାମ

satya

ଗୁରୁଜୀ guruji

satya

Leave a Comment

Login

X

Register