Satya Prakash
କବିତା

ସ୍ମୃତି

ସ୍ମୃତି ତୁମେ ଆସ ….

ନିଶାର୍ଦ୍ଧରେ ରାତିର ଝଡ଼ ହୋଇ

ମୋ ପଢ଼ା ଟେବୁଲ ପାଖ

ଝରକା ବାଟ ଦେଇ ଆସ

ମୁଁ ଶୁଣିଛି ତୁମକୁ ତୁମେ

ବିଳିବିଳି ହେଉଥିବାର

ଘୁମନ୍ତ ମେଘର ଗର୍ଜନରେ

ମୋ ଆତ୍ମାର କୁକ୍ଷି ଚିରି

ବିଜୁଳିର ଦ୍ଯୁତି ନେଇ ଆସ

ମୁଁ କେତେବାର ଚେଷ୍ଟା କରିଛି

ଦୂରେଇଛି ମୋ ମନ ଆକାଶୁ

ତୁମେ କିନ୍ତୁ ଭାରି ଅମାନିଆ

ଦରିଆ ସେପଟୁ ପହଁରି ପହଁରି ଆସ

ଲୁହ ଭିଜା ଆଖି ଦର୍ପଣ ଆଗେ

ପ୍ରତିବିମ୍ବ ହୋଇ ଛିଡ଼ା ହୁଅ

କେତେବାର ନାହିଁ କରି ଦେଲିଣି

ଶୁଣିବାକୁ ମୋଟେ ନାହଁ ଜିଦ୍ ଧର

କଅଣ ଯେ ମିଳେ ତୁମେ ଏକା ଜାଣ

ମନକୁ ଭାଙ୍ଗି ରୁଜି ଏମିତି

ହୃଦୟକୁ କ୍ଷତାକ୍ତ କରିବାରେ

ଦେଖ!

ମୁଁ କେମିତ କ୍ଷୀଣ ହୋଇଗଲାଣି

ଏବେ ରୁଗ୍ଣ ଜରାଗ୍ରସ୍ତ ପ୍ରାୟ

ତଥାପି ତୁମେ ନଛୋଡ ବନ୍ଧା

ଆଜ କିନ୍ତୁ ତୁମକୁ ମୋ ରାଣ

ଶେଷ ବାର ମନା ମାନି ଆସିବନି

ଅନ୍ତତଃ ଥରୁଥାଏ ସୁଯୋଗ ମିଳୁ

ସବୁ ଭୂଲି ରାମ ନାମ ନେବାରେ

Related posts

ରାଜନୀତିବାଲା

satya

ଅବସ୍ଥା ବେହାଲ୍

satya

ଶାନ୍ତି peace

satya

Leave a Comment

Login

X

Register