Satya Prakash
କବିତା

କିଏ ସେହୁ ବିଚାରବନ୍ତ

କିଏ ସେ ସେହୁ ବିଚାରବନ୍ତ
—by ସତ୍ୟ ପ୍ରକାଶ ସେଠୀ
ଏକ ଆଖିଆ କଣା ଶୁକ୍ରାଚାର୍ଯ୍ୟଟି

କଥାର ଭଲ ମନ୍ଦ ନ ବିଚାରି
ଦୋଷ ଦୁର୍ବଳତା ଥୋଇଥାଏ ବାଛି
ହେଲେ ନିଷ୍କର୍ଷ ପାରେନି ତ ଦେଇ।।
ଦିବ୍ୟ ଗୁରୁ ଦିବ୍ୟ ଦ୍ରଷ୍ଟା ବୃହସ୍ପତି
ଘଟଣାର ଉଭୟ ପାର୍ଶ୍ଵ ବିଚାରି
କରିଥାଏ ପରା ସେ ହେତୁ ନିର୍ଦ୍ଦେଶ
ହେଲେ ଯୁଦ୍ଧ କାହିଁ ପାରେନି ଟାଳି।।
ତେଣୁ ସଂଶୟ ଯାଉନି ମୋର ମନୁ
କିଏ ଅବା ସେହୁ ବିଚାରବନ୍ତ
କରିବ ଘଟଣା ମୂଳୁ ସମାଧାନ
ସେହି କଥା ଫେଡି ଭଲା କହନ୍ତ।।

Related posts

ଐକାନ୍ତିକ ଇଚ୍ଛା

satya

ଏଡ଼େ ଦାମ୍ଭିକତା

satya

ଭୋଟ ନିଶ୍ଚେ ଦେବା

satya

Leave a Comment

Login

X

Register