Satya Prakash
କବିତା

ଗୋଲାପ ଦିବସ

ଗୋଲାପ ଦିବସ ଭଲ ପାଇବାର

ବାର୍ତ୍ତାଟି ଧାରଣ କରି
ବରଷକେ ଥରେ ଆସିଥାଏ ପରା
ହୃଦେ ପ୍ରେମ ଭାବ ଭାରି।।1

ହେଲେ ପ୍ରେମ ଆଉ ଭଲ ପାଇବାଟା
ସେତେ ଯେ କରୁନି କାମ
ଛଳନା ଆଉ ସେ ପ୍ରତାରଣା ଯେଣୁ
କରିଛି ସଭିଙ୍କୁ ଗ୍ରାସ।।2

ଗୋଲାପ ସୁନ୍ଦର କଣ୍ଟା ବାଜି ତା’ର
ହୋଇପାରେ କେବେ କ୍ଷତ
ଭଲ ପାଇବାଟି ତାହା ଠାରୁ ଭଲ
ହୃଦେ ହାଣି ପାରେ ଘାତ।।3

ତେବେ ବି ଚାଲ ହେ ସଖା ପରିଜନ
ଆତ୍ମୀୟ ସ୍ଵଜନ ମୋର
ଭଲ ପାଇବାର ମନ୍ତ୍ର ଉଚ୍ଚାରିଣ
ଲଭିବା ସୁଖ ସାଗର।। 0

Related posts

World hypertension

satya

ସେହି ମୁହୂର୍ତ୍ତ

satya

ବେଙ୍ଗ ଫୁଲା

satya

Leave a Comment

Login

X

Register