Satya Prakash
କବିତା

ମୋ ଦୋଷେ ମୁଁ ଯେ କାରଣ

ଜଗତର ନାଥ ଆହେ ଜଗନ୍ନାଥ

ହାତ ଗୋଡ଼ ତୋର ନାହିଁ

ଗଣ୍ଡିଟା ଧରିଛୁ ଡିମା ଡିମା କରି

ଆଖିରେ ରହିଛୁ ଚାହିଁ।।1

ଦୁର୍ନୀତି ଅନୀତି ରୋଧୀବାକୁ ବଳ

କେଣେ ଗଲା କି ତୋହର

ଦେଖୁ ଦେଖୁ କେବା ସବୁ ଯାଉ ସହି

ପାପୀ ତାପି ବଳିୟାର।।2

କାଳିଆ କୃଷ୍ଣର କଳା ବିଲିବିଲା

ରୂପଟି ପରା ତୋହର

ଏଡିକି ବିଚିତ୍ର ଚାହିଁବାକୁ ତୋତେ

ହେଉନି ଇଚ୍ଛା କାହର।। 3

ଖାଲି ମୋର ଯୁଗ ନଗଲାଠୁଁ ସିନା

ତୋ ଶରଣେ ମୁଁ ପଶେ

ନୋହିଲେ ତୋ ଠାରେ ନାହିଁ ପ୍ରୟୋଜନ

କାହିଁ ଯିବି ତୋର ପାଶେ।। 4

ଗଲେ ବା ଏମିତି କ’ଣଟେ ଯେ ତୁହି

ଦେଇ ପକେଇବୁ ମୋତେ

ଜାଣି ନାହିଁ କି ମୁଁ ଦିଆଳିଆ କେତେ

କାହାକୁ ଦେଇଛୁ ଏତେ।। 5

ତଥାପି ପାରୁନି ମୋର ଦୁଃଖ ମୁଇଁ

ଏକା ସିନା ଦୂର କରି

ସେ ଲଗି ତୋତେ ମୁଁ କାକୁସ୍ଥ ହୋଇଣ

କରୁଛି ଏଡେ ଗୁହାରୀ।। 6

ତୁ କାହୁଁ ବୁଝିବୁ ମୋ ମନର ବ୍ୟଥା

ମନରେ ଯାଉଛି ମରି

ଦୁନିଆଟା ଠାରୁ ତୁଟିଲାଣି ଆଶା

ଷୋଳପଣ ଗଲା ସରି।। 7

ନାହିଁ ମୋର ଆଉ ଏ ଜୀବନେ ପ୍ରୀତି

ଦେଇଦେ ଖାଲି ସେ ମୁକ୍ତି

ଲଭିବି ଯାଇ ମୁଁ ସେ ପୁରେ ସେ ଗତି

ସେତିକି ନାହିଁ କି ଶକ୍ତି? 9

ତଥାପି ଦେଉନି ସବୁ ଦୋଷ ତୋତେ

ମୋ ଦୋଷେ ମୁଁ ଯେ କାରଣ

ତୋତେ ଯେଣୁ ଦେଲି ଏତେ କରି ଗାଳି

ଦେଉନୁ କାହିଁ ମରଣ? 10

ସତ କଥା ଗୋଟେ କହିବାକୁ ଗଲେ

ତୋତେ କରେ ମୁଁ ଜୁହାର

ଗାଳିଟା ଦେବାକୁ ନୂହେଁ ଏତେ ମନ

ଯେତେ ଗୁଣ ଗାଏ ତୋର।। 11

ଜାଣିଛି ତୁ ମୋର ସ୍ରୁଷ୍ଟି ତ୍ରାଣକର୍ତ୍ତା

ତୋତେ ମୁଁ ପାରୁନି ଭୂଲି

ରହିଥିବା ଯାଏଁ ଏ ଜୀବନେ ପ୍ରାଣ

ତୋ ଗୁଣ ଗାଇବି ବୁଲି।। 0

 

 

 

 

 

 

 

Related posts

World hypertension

satya

ଭିନ୍ନ୍ ଏକ ନୂଆ ଗଢା ସମାଜ

satya

ସମାନତା ଆମ ଅଧିକାର

satya

Leave a Comment

Login

X

Register